Outlook India
ବେଙ୍ଗାଲୁର: ଗତକାଲି ବେଙ୍ଗାଲୁର୍ରେ ଶୁଭିଥିବା ପ୍ରଚଣ୍ଡ ଶବ୍ଦକୁ ନେଇ ସାରା ସହରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। କେହି କେହି ଏହାକୁ ବିମାନ ବିସ୍ଫୋରଣର ଶବ୍ଦ ବୋଲି କହିଥିବା ବେଳେ ଆଉ କେହି ଏହାକୁ ଭୂକମ୍ପ ଓ ପୁଣି କେହି ପରଗ୍ରହୀ(ଏଲିଏନ୍)ର ଶବ୍ଦ ବୋଲି କହିଥିବାର ଶୁଣିବାକୁ ମିଳିଥିଲା। ଶବ୍ଦକୁ ନେଇ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥିଲା। ସୋସିଆଲ୍ ମିଡିଆରେ ମଜା ମଜା ପୋଷ୍ଟ୍ ସବୁ ଦେଖିବାକୁ ମିିଳିଥିଲା ମଧ୍ୟ।
ଦିନକ ପରେ ଅର୍ଥାତ, ଆଜି ଏହି ଶବ୍ଦ ରହସ୍ୟ ଉପରୁ ପରଦା ଉଠିିଛି। ଏହି ପ୍ରଚଣ୍ଡ ଶବ୍ଦ ଭାରତୀୟ ବାୟୁସେନାର ସୁପରସୋନିକ ବିମାନର ପରୀକ୍ଷାମୂଳକ ଉଡାଣ ସମୟର ବୋଲି ଜାଣିବାକୁ ମିଳିଛି। ଭାରତୀୟ ବାୟୁସେନାର ମୁଖପାତ୍ର ଟୁଇଟ୍ କରି ଏହା ସ୍ପଷ୍ଟ କରିଛନ୍ତି। ବିମାନଟି ବେଙ୍ଗାଲୁରୁ ବିମାନ ବନ୍ଦରରୁ ନିଦ୍ଦିଷ୍ଟ ହୋଇଥିବା ସହର ବାହାରେ ଥିବା ଅନ୍ୟ ଏକ ବିମାନଘାଟିକୁ ଯାତ୍ରା କରିଥିଲା। ଏହି ଶବ୍ଦ ହେଉଛି ପରୀକ୍ଷଣ ଉଡ଼ାଣର ଶବ୍ଦ ବୋଲି ଗୁରୁବାର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବେଙ୍ଗାଲୁରର ୨୧ କିଲୋମିଟର ଅଞ୍ଚଳରେ ବୁଧବାର ଦିନ ପ୍ରାୟ ୧.୨୦ରେ ଶୁଭିଥିବା ଏହି ପ୍ରଚଣ୍ଡ ଶବ୍ଦକୁ ନେଇ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ମତ ରଖିଲେ।
ଉଲ୍ଲେଖଯୋଗ୍ୟ, ଏହି ପ୍ରଚଣ୍ଡ ଶବ୍ଦ ବେଙ୍ଗାଲୁରର ଓଲ୍ଡ ମାଦ୍ରାସ ରୋଡ୍, ଅଲ୍ସୁର୍, କୁନ୍ଦନହାଲି, ହାଲ୍, କାମାନାହାଲି, କୋକ୍ ଟାଉନ୍, ବିବେକ ନଗର, ରମାମୂର୍ତ୍ତି ନଗର, କୋରମଙ୍ଗଳା, ହୋସୁର୍ ରୋଡ୍, ସିଭି ରମଣ ନଗର ଆଦି ସ୍ଥାନରେ ଶୁଣିବାକୁ ମିଳିଥିଲା।
Follow Us