ବେଙ୍ଗାଲୁରୁ ଦଳାଚକଟା ଘଟଣା; ନାବାଳିକାଙ୍କ ମୃତଶରୀରରୁ ଗାଏବ ଲକ୍ଷାଧିକ ଟଙ୍କାର ଅଳଙ୍କାର

Advertisment

୧୧ ଜଣ ପୀଡିତଙ୍କ ମଧ୍ୟରେ ୧୩ ବର୍ଷୀୟା ଦିବ୍ୟାଂଶୀ ସବୁଠାରୁ ସାନ ଥିଲେ। ସମ୍ପ୍ରତି ବେଙ୍ଗାଲୁରୁ ଦଳାଚକଟାରେ ପ୍ରାଣ ହରାଇଥିବା ଦିବ୍ୟାଂଶୀ ଶିବକୁମାରଙ୍କ ମାଆ ଗୁରୁତର ଅଭିଯୋଗ କରିଛନ୍ତି।

୧୧ ଜଣ ପୀଡିତଙ୍କ ମଧ୍ୟରେ ୧୩ ବର୍ଷୀୟା ଦିବ୍ୟାଂଶୀ ସବୁଠାରୁ ସାନ ଥିଲେ। ସମ୍ପ୍ରତି ବେଙ୍ଗାଲୁରୁ ଦଳାଚକଟାରେ ପ୍ରାଣ ହରାଇଥିବା ଦିବ୍ୟାଂଶୀ ଶିବକୁମାରଙ୍କ ମାଆ ଗୁରୁତର ଅଭିଯୋଗ କରିଛନ୍ତି।

New Project (10)

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ଆଇପିଏଲ ଟ୍ରଫି ବିଜୟ ଉତ୍ସବ ବେଳେ ବେଙ୍ଗାଲୁରୁରେ ଦଳାଚକଟା ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ  ପୁଲିସ ନିଜ ଆଡ଼ୁ ଆରସିବି, ଡିଏନ୍ଏ ଏଣ୍ଟରଟେନମେଣ୍ଟ ଓ କର୍ଣ୍ଣାଟକା ରାଜ୍ୟ କ୍ରିକେଟ ଆସୋସିଏସନ (କେଏସ୍ସିଏ) ବିରୋଧରେ ମାମଲା ରୁଜୁ କରିଥିଲା।

ତେବେ ୧୧ ଜଣ ପୀଡିତଙ୍କ ମଧ୍ୟରେ ୧୩ ବର୍ଷୀୟା ଦିବ୍ୟାଂଶୀ ସବୁଠାରୁ ସାନ ଥିଲେ। ସମ୍ପ୍ରତି ବେଙ୍ଗାଲୁରୁ ଦଳାଚକଟାରେ ପ୍ରାଣ ହରାଇଥିବା ଦିବ୍ୟାଂଶୀ ଶିବକୁମାରଙ୍କ ମାଆ ଗୁରୁତର ଅଭିଯୋଗ କରିଛନ୍ତି।

ମା’ ଅଶ୍ୱିନୀ ଶିବକୁମାର  ଅଭିଯୋଗ କରି  କହିଛନ୍ତି, ‘ ଜୁନ୍ ୪ ତାରିଖରେ ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ନିକଟରେ ଘଟିଥିବା ଦୁର୍ଘଟଣା ସମୟରେ ମୋ ଝିଅ ଦିବ୍ୟାଂଶୀ ୧ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ଅଳଙ୍କାର ପିନ୍ଧିଥିଲା। କିନ୍ତୁ, ଯେତେବେଳେ ମୃତଦେହ ଆମକୁ ହସ୍ତାନ୍ତର କରାଯାଇଥିଲା, ସେତେବେଳେ ଝିଅ ପିନ୍ଧିଥିବା ସୁନାର ଚେନ ଓ କାନଫୁଲ ଗାଏବ ଥିଲା। ଏହି ଘଟଣାର କଡ଼ାକଡ଼ି ଦାବି ପାଇଁ  ଜଣେ ମା’ ସମସ୍ତଙ୍କୁ ଅନୁରୋଧ।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe