ବିଶ୍ୱର ଶ୍ରେଷ୍ଠ ଡିଜିଟାଲ୍‌ ପରିବେଶ ସଂପନ୍ନ ସହର ତାଲିକାରେ ବେଙ୍ଗାଲୁରୁ ୧ ନମ୍ବର

Advertisment
ବିଶ୍ୱର ଶ୍ରେଷ୍ଠ ଡିଜିଟାଲ୍‌ ପରିବେଶ ସଂପନ୍ନ ସହର ତାଲିକାରେ ବେଙ୍ଗାଲୁରୁ ୧ ନମ୍ବର

The Financial Express

ବେଙ୍ଗାଲୁରୁ: ସିଲିକନ୍‌ ଭ୍ୟାଲି ରୂପେ ଖ୍ୟାତ ବେଙ୍ଗାଲୁରୁ ଏବେ ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି। ଶ୍ରେଷ୍ଠ ଡିଜିଟାଲ୍‌ ପରିବେଶ ସଂପନ୍ନ ସହର ଭାବେ ବେଙ୍ଗାଲୁରୁ ସମଗ୍ର ବିଶ୍ୱରେ ଏକ ନମ୍ବର ସ୍ଥାନ ଦଖଲ କରିବା ସହ ଏ କ୍ଷେତ୍ରରେ ସାନ୍‌ ଫ୍ରନ୍‌ସିସ୍‌କୋ ଏବଂ ଟୋକିଓକୁ ବି ପଛରେ ପକାଇ ଦେଇଛି। ଡିଜିଟାଲ ସହର ଭାବେ ମାନ୍ୟତା ପାଇଥିବା ସମଗ୍ର ବିଶ୍ୱର ୪୫ଟି ସହର ମଧ୍ୟରେ ବେଙ୍ଗାଲୁରୁର ସ୍ଥାନ ଏବେ ଏକ ନମ୍ବରରେ ରହିଥିବା ଜାଣିବା ପାଇଁ ମିଳିଛି।

ଖାଲି ଏତିକି ନୁହେଁ, ଡିଜିଟାଲ୍‌ କ୍ଷେତ୍ରରେ ନିଜର ବିଶ୍ୱସନୀୟତା ସହ ଡିଜିଟାଲ ପରିବେଶ, ସୁଦକ୍ଷ ମାନବ ସମ୍ବଳ, ଆର୍ଥିକ ପରିବେଶ, ନୂତନ ଉଦ୍ଭାବନ ସହ ନୂତନ ଜ୍ଞାନକୌଶଳର ବିକାଶ ଏବଂ ଆଇସିଟି ଭିତ୍ତିଭୂମି ଦୃଷ୍ଟିରୁ ଭାରତର ସିଲିକନ୍‌ ଭ୍ୟାଲି ବେଙ୍ଗାଲୁରୁ ବିଶ୍ୱର ଅନ୍ୟ ଡିଜିଟାଲ ସହରମାନଙ୍କ ତୁଳନାରେ ଯଥେଷ୍ଟ ଆଗରେ ରହିଛି ବୋଲି ବିଶ୍ୱର ଅନ୍ୟତମ ଅଗ୍ରଣୀ ସଂସ୍ଥା ଇକୋନୋମିକ୍‌ ଇଣ୍ଟେଲିଜେନସ୍‌ ୟୁନିଟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି।

publive-image Indiatimes.com

ଇକୋନୋମିକ୍‌ ଇଣ୍ଟେଲିଜେନସ୍‌ ୟୁନିଟ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଡେନିସ୍‌ ମାକ୍ୟୁଲେ ଉଲ୍ଲେଖ କରିଛନ୍ତି, ‘ଏକଥା ଅବଶ୍ୟ ସତ ଯେ ଭାରତର ସହରଗୁଡ଼ିକରେ ଆବଶ୍ୟକୀୟ ଭିତ୍ତିଭୂମିର ଯଥେଷ୍ଟ ଅଭାବ ରହିଛି, ପ୍ରଦୂଷଣ ଠାରୁ ଆରମ୍ଭ କରି ଦାରିଦ୍ର୍ୟ ପର୍ଯ୍ୟନ୍ତ ଆହୁରି ବହୁବିଧ ସମସ୍ୟା ରହିଛି; ଏସବୁ ସତ୍ତ୍ୱେ ଡିଜିଟାଲ ପରିବେଶ ଓ ଏହାର ସଂସ୍କାର କଥା ଯେତେବେଳେ ଉଠେ ସେତେବେଳେ ଏଠାକାର ଅଧିକାରୀମାନେ ଏକ୍ଷେତ୍ରରେ ଆଶାତୀତ ଆଶାବାଦୀ। କିନ୍ତୁ, ବିଶ୍ୱର ଅନ୍ୟ ବହୁ ବିକଶିତ ସହରରେ ଏହା ସଂପୂର୍ଣ୍ଣ ବିପରୀତ।’

ଡିଜିଟାଲ ପରିବେଶ ତାଲିକାରେ ଦୁଇ ନମ୍ବର ସ୍ଥାନରେ ସାନ୍‌ ଫ୍ରାନ୍‌ସିସ୍‌କୋ ରହିଥିବା ବେଳେ ଏହା ତଳକୁ ରହିଛି ଅନ୍ୟ ଦୁଇ ଭାରତୀୟ ସହର ମୁମ୍ବାଇ ଓ ଦିଲ୍ଲୀ। ଏହାର ପଛକୁ ପଛ ରହିଛନ୍ତି ଟୋକିଓ, ୟୋକୋହାମା ଏବଂ ବର୍ଲିନ୍‌।

ରିପୋର୍ଟ ଅନୁଯାୟୀ, ଭାରତର ଡିଜିଟାଲ୍‌ ପରିବେଶରେ ସବୁଠୁ ଅଧିକ ଚାହିଦାରେ ରହିଛନ୍ତି ଡିଜିଟାଲ୍‌ ସୁରକ୍ଷା କ୍ଷେତ୍ରରେ ଅତ୍ୟନ୍ତ ଦକ୍ଷ ଥିବା ମାନବସମ୍ବଳ ଏବଂ ଡାଟା ଅନାଲିଷ୍ଟ। ସମଗ୍ର ବିଶ୍ୱରେ ଡିଜିଟାଲ ବ୍ୟବସାୟରେ ସଂପୃକ୍ତ କମ୍ପାନିମାନଙ୍କର ଯେତେବେଳେ ସର୍ଭେ କରାଯାଇଥିଲା ସେତେବେଳେ ସେମାନଙ୍କ ମଧ୍ୟରୁ ୪୮ ପ୍ରତିଶତ କମ୍ପାନି ସୁରକ୍ଷିତ ଡିଜିଟାଲ ପରିବେଶର ଫାଇଦା ନେବାକୁ ଅଧିକ ପସନ୍ଦ କରିଥିଲେ। ଏମାନଙ୍କ ମଧ୍ୟରେ ଏସୀୟ ରାଷ୍ଟ୍ରଗୁଡ଼ିକର ୫୩ ପ୍ରତିଶତ କମ୍ପାନି ଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକାର ୪୮ ପ୍ରତିଶତ, ଅଷ୍ଟ୍ରେଲିଆର ୪୬ ପ୍ରତିଶତ ଏବଂ ୪୨ ପ୍ରତିଶତ ୟୁରୋପର ଥିଲେ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe