timesnownews.com
ବେଙ୍ଗାଲୁରୁ: ଶୌଚ ହେବା ପାଇଁ ରାସ୍ତାରେ ମଝିରେ ମଝିରେ ଶୌଚାଳୟ ତିଆରି କରାଯାଇଥିଲେ ମଧ୍ୟ ଲୋକ ରାସ୍ତା କଡ଼ରେ ପରିଶ୍ରା କରୁଥିବାର ଦେଖାଯାଇଥାଏ। ଭାରତରେ ଏହି ଦୃଶ୍ୟ ଅତି ସାଧାରଣ। କୌଣସି ସ୍ଥାନକୁ ଯାଉଥିଲେ ଲୋକେ ବାଟରେ ଗାଡ଼ି ରଖି ପରିଶ୍ରା କରିଥାନ୍ତି, ଯାହାର ଖରାପ ପ୍ରଭାବ ଲୋକମାନଙ୍କ ଉପରେ ପଡ଼ିଥାଏ। ଏବେ ଏଭଳି ସମସ୍ୟାକୁ ଆଖି ଆଗରେ ରଖି ବେଙ୍ଗାଲୁରୁ ମହାନଗରପାଳିକା ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଯେଉଁ ସ୍ଥାନରେ ଲୋକେ ଅଧିକ ପରିଶ୍ରା କରୁଛନ୍ତି, ସେଠାରେ ବଡ଼ ବଡ଼ ଦର୍ପଣ ଲଗାଯାଇଛି। ଯାହାଦ୍ବାରା ଏଭଳି କାମ କରିବା ସମୟରେ ଲୋକେ ନିଜକୁ ଦର୍ପଣରେ ଦେଖି ଲାଜ କରିବେ।
କେଆର୍ ମାର୍କେଟ, ଇନ୍ଦିରାନଗର, ଚର୍ଚ୍ଚ ଷ୍ଟ୍ରିଟ୍, କୋକନଟ୍ ଗ୍ରୁଭ୍ ଓ କୋରାମଙ୍ଗଲାଠାରେ ୫ଟି ବଡ଼ ବଡ଼ ଦର୍ପଣ ପରୀକ୍ଷାମୂଳକଭାବେ ଲଗାଯାଇଛି। ଏହି ସ୍ଥାନରେ ଲୋକେ ଖୁଲମଖୁଲା ପରିଶ୍ରା କରୁଥିବା ଜଣାପଡ଼ିବା ପରେ ପ୍ରଥମେ ଏହି ସ୍ଥାନରୁ ହିଁ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି ବେଙ୍ଗାଲୁରୁ ମହାନଗରପାଳିକା।
MEL Magazineସବୁଠାରୁ ବଡ଼ କଥା ହେଲା, ଏହି ଦର୍ପଣରେ ଏକ କ୍ୟୁଆର କୋଡ୍ ରଖାଯାଇଛି। ଯାହାକୁ ସ୍କାନ କରିବା ପରେ ଲୋକେ ପାଖରେ ଥିବା ଶୌଚାଳୟର ଠିକଣା ପାଇ ପାରିବେ। ଏହାକୁ ଏବେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିବା ବେଳେ ଭଲଭାବରେ କାର୍ଯ୍ୟକାରୀ ହେଲେ ଅନ୍ୟ ସ୍ଥାନରେ ମଧ୍ୟ ଦର୍ପଣ ଲଗାଯିବ ବୋଲି ବେଙ୍ଗାଲୁରୁ ମହାନଗରପାଳିକା ପକ୍ଷରୁ କୁହାଯାଇଛି।
Follow Us