www.hindustantimes.com
ବେଙ୍ଗାଲୁର: ପ୍ରବଳ ବର୍ଷାରେ ବେଙ୍ଗାଲୁର ବେହାଲ୍ ହୋଇଥିବା ବେଳେ ବୃହତ ବେଙ୍ଗାଲୁର ମହାନଗର ପାଲିକେ (ବିବିଏମ୍ପି) ପ୍ରାୟ ୭୦୦ ନଦୀ, ନାଳ ଓ ହ୍ରଦ ଉପରେ ଛିଡ଼ା ହୋଇଥିବା ବିଲ୍ଡିଂକୁ ଭାଙ୍ଗିବାକୁ ଚିନ୍ତା କରିଛି। ବିବିଏମ୍ପି ବିଲ୍ଡିଂ ଭାଙ୍ଗିବା ପାଇଁ ପ୍ରସ୍ତୁତ କରିଥିବା ତାଲିକା ମଧ୍ୟରେ ଅନେକ ବଡ଼ ବଡ଼ କମ୍ପାନୀଙ୍କ ନାମ ରହିଛି। ବିବିଏମ୍ପି ଏକ ଜମି ଜବର ଦଖଲକାରୀ ତାଲିକାରେ ପ୍ରକାଶ କରିଛି । ସେହି ତାଲିକାରେ ୱିପ୍ରୋ, ଇକୋସ୍ପେସ୍, ପ୍ରେଷ୍ଟିଜ୍, କଲମ୍ବିଆ ଏସିଆ ହସ୍ପିଟାଲ୍, ବାଗ୍ମାନେ ଟେକ୍ ପାର୍କ ଏବଂ ଦିବ୍ୟାଶ୍ରୀ ଭିଲା ଆଦିର ନାମ ରହିଥିବା ଦେଖିବାକୁ ମିଳିଛି।
ସୋସିଆଲ୍ ମିଡିଆରେ ଏହି ତାଲିକାଟି ଏବେ ଘୂରିବାରେ ଲାଗିଛି। ଅଗଷ୍ଟ ୧୭ ତାରିଖରେ ବିବିଏମ୍ପି ବେଆଇନ୍ ଭାବେ ଗଢ଼ି ଉଠିଥିବା ନାମୀ କମ୍ପାନୀଗୁଡ଼ିକର ବିଲ୍ଡିଂଗୁଡ଼ିକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିବ ବୋଲି ସୂଚନା ରହିଛି।
ଗତ କିଛି ସପ୍ତାହ ମଧ୍ୟରେ ବିବିଏମ୍ପି ଅନେକ ବେଆଇନ୍ ନିର୍ମାଣକାରୀମାନଙ୍କୁ ନୋଟିସ୍ ପଠାଇଛି। ଏପରିକି ଗତ ସପ୍ତାହରୁ ବିବିଏମ୍ପିର ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇସାରିଛି। ଅନେକ ରିପୋର୍ଟରେ ପ୍ରକାଶ ପାଇଛି ଯେ ବିବିଏମ୍ପି ଏବେ ପର୍ଯ୍ୟନ୍ତ ଅନେକ ସାଧାରଣ ଲୋକଙ୍କ ଘର ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ହାଇ ପ୍ରୋଫାଇଲ୍ ଲୋକଙ୍କ ନିର୍ମାଣକୁ ଏବେ ପର୍ଯ୍ୟନ୍ତ ସ୍ପର୍ଶ କରାଯାଇ ନାହିଁ।
Follow Us