ନୂତନବର୍ଷରେ ବେଙ୍ଗାଲୁରୁରେ ଚାଲିବ ଗୋଲାପୀ ଅଟୋ

Advertisment
ନୂତନବର୍ଷରେ ବେଙ୍ଗାଲୁରୁରେ ଚାଲିବ ଗୋଲାପୀ ଅଟୋ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ନୂତନବର୍ଷ ଅବସରରେ ମହିଳା ଯାତ୍ରୀଙ୍କ ପାଇଁ ଗୋଲାପୀ ଅଟୋର ଶୁଭାରମ୍ଭ ହେବାକୁ ଯାଉଛି। ମହିଳାମାନଙ୍କ ଦ୍ୱାରା ସଞ୍ଚାଳିତ ଏହି ଗୋଲାପୀ ଅଟୋ ନୂତନ ବର୍ଷରୁ ମହିଳା ଓ ପିଲାମାନଙ୍କୁ  ସେବା ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ ହେବ।

publive-image

ସୂଚନାଯୋଗ୍ୟ, ପ୍ରାରମ୍ଭିକ ସମୟରେ ବୃହତ୍ତ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମପି) ମହିଳାଙ୍କ ପାଇଁ ପାଖାପାଖି ୪୦୦ ଅଟୋ ରିକ୍ସା ବିତରଣ କରାଯିବ। ବିବିଏମପି ସାମାଜିକ କଲ୍ୟାଣ ଯୋଜନା ଅନ୍ତର୍ଗତ ୩୦୦-୪୦୦ ଅଟୋ ରକ୍ସା ବିତରଣ କରିବାର ଲକ୍ଷ୍ୟ ରଖାଯାଇଛି। ଏଥିମଧ୍ୟରୁ ୨୦ ପ୍ରତିଶତ ଗୋଲାପୀ ଅଟୋ ବିତରଣ କରାଯିବାର ଯୋଜନା ମଧ୍ୟ ରହିଛି। ଏଥିସହିତ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଅଟୋମାନଙ୍କରେ ଜିପିଏସ୍ ଟ୍ରାକିଂ ସିଷ୍ଟମ ଓ ସିସିଟିଭି କ୍ୟାମେରା ବି ଖଞ୍ଜା ଯିବାର ବ୍ୟବସ୍ଥା ରହିଛି ବୋଲି ବେଙ୍ଗାଲୁରୁ ମେୟର ସମ୍ପଥ ରାଜ କହିଛନ୍ତି।

publive-image

ଏହି ଯୋଜନା ପୂର୍ବରୁ ବେଙ୍ଗାଲୁରୁରେ ମହିଳାଙ୍କ ପାଇଁ ପାର୍କିଂ ସ୍ଥାନ ନିର୍ମାଣ କରାଯାଇଥିଲା, ଯାହାକି ଭାରତରେ ପ୍ରଥମ ଥିଲା। ଦୀର୍ଘକାଳୀନ ଯୋଜନା ପରେ ବେଙ୍ଗାଲୁରୁରେ ମହିଳାଙ୍କ ପାଇଁ ୧,୦୦୦ରୁ ଅଧିକ ପାର୍କିଂ ସ୍ଲଟ ରହିଛି। କର୍ଣ୍ଣାଟକ ସରକାର ବେଙ୍ଗାଲୁରୁରେ ମହିଳାଙ୍କ ସୁରକ୍ଷାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ‘ପିଙ୍ଗ୍‌ ହୋସଲା’ ନାମରେ ଏକ ପୁଲିସ ପାଟ୍ରୋଲ ସେବା ବି ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe