ଦଳିତ ପରିବାର ଉପରେ ବର୍ବର ଆକ୍ରମଣ:ନାବାଳକକୁ ତଣ୍ଟିକାଟି ହତ୍ୟା, ମା’-ଝିଅ ଗୁରୁତର

Advertisment
ଦଳିତ ପରିବାର ଉପରେ ବର୍ବର ଆକ୍ରମଣ:ନାବାଳକକୁ ତଣ୍ଟିକାଟି ହତ୍ୟା, ମା’-ଝିଅ ଗୁରୁତର

ବିଲ୍ଲପୁରମ୍‌ : ତାମିଲନାଡ଼ୁର ବିଲ୍ଲପୁରମ ଜିଲ୍ଲାରେ ଏକ ଦଳିତ ପରିବାର ଉପରେ କେତେକ ଗ୍ରାମବାସୀ ସଂଘବଦ୍ଧ ଭାବେ ବର୍ବର ଆକ୍ରମଣ କରିଛନ୍ତି। ଏହି ଦଳିତ ପରିବାରର ଜଣେ ନାବାଳକଙ୍କୁ ନିର୍ମମ ହତ୍ୟା କରାଯାଇଥିବା ବେଳେ ନାବାଳକଙ୍କ ମା’ ଓ ଭଉଣୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଦୂର୍ବୃତ୍ତମାନେ ୧୨ ବର୍ଷୀୟ ଦଳିତ ନାବାଳକରୁ ତଣ୍ଟି କାଟି ହତ୍ୟା କରିଥିବାବେଳେ ତାଙ୍କ ମା’ ଓ ଭଉଣୀଙ୍କୁ ମଧ୍ୟ ଲହୁଲୁହାଣ କରିଦେଇଛନ୍ତି। ଅନ୍ୟ ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ମା-ଝିଅ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଉଭୟଙ୍କୁ ପୁଡ଼ୁଚେରୀର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣର କାରଣ ଜଣାପଡ଼ିନାହିଁ ଏବଂ ପୁଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି। ମୃତ ବାଳକଙ୍କ ମା’ ଏବଂ ଭଉଣୀ ଗତ ଫେବ୍ରୁଆରି ୨୨ ତାରିଖରେ ଯୌନ ନିର୍ଯାତନାର ଶିକାର ହୋଇଥିବା କଥା ଗତକାଲି ସାମ୍ନାକୁ ଆସିଥିଲା। ଏନେଇ ଉଭୟଙ୍କ ମେଡିକାଲ ଯାଞ୍ଚ କରାଯାଇଥିବା ପୁଲିସ ସୁତ୍ରରୁ ପ୍ରକାଶ ।
ଅନ୍ୟପକ୍ଷେ ଏଭଳି ଏକ ଜଘନ୍ୟ କାଣ୍ଡ ଘଟାଇଥିବା ଅପରାଧୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜନୈତିକ ଦଳଗୁଡ଼ିକ ଦାବି କରିଛନ୍ତି। ଜମି ବିବାଦ ନେଇ ଉକ୍ତ ଦଳିତ ପରିବାର ଉପରେ ଯୋଜନାବଦ୍ଧ ଆକ୍ରମଣ କରାଯାଇଛି ବୋଲି କେତେକ ଗ୍ରାମବାସୀ କହିଛନ୍ତି। ପିଏମ୍‌କେ ନେତା ଏବଂ ଧର୍ମପୁରୀ ସାଂସଦ ଅନବୁମଣି ରାମାଦୋସ୍‌ ଉକ୍ତ ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଥିବାବେଳେ ଦୋଷୀକୁ ଖୁବ୍‌ ଶୀଘ୍ର ଗରିଫ କରିବା ପାଇଁ ଦାବି କରିଛନ୍ତି। ସେହିପରି ଏସଡିପିଆଇ ତାମିଲନାଡ଼ୁ ରାଜ୍ୟ ଅଧ୍ୟକ୍ଷ କେକେଏସଏମ୍‌ ତେହଲାନ୍‌ ବକାଭି ମଧ୍ୟ ଜମି ବିବାଦରୁ ଉକ୍ତ ହତ୍ୟାକାଣ୍ଡ ହୋଇଥିବା କହିଛନ୍ତି। ସେ ମୃତକଙ୍କ ପରିବାର ସଦସ୍ୟଙ୍କ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe