ବ୍ରହ୍ମପୁର ଆଇଟିଆଇର ଆଉ ଏକ ଅଭିନବ ପ୍ରୟାସ: ରୋବର୍ଟ ସାନିଟାଇଜର୍‌

କେନ୍ଦ୍ରମନ୍ତ୍ରୀ କଲେ ଉନ୍ମୋଚନ

ବ୍ରହ୍ମପୁର ଆଇଟିଆଇର ଆଉ ଏକ ଅଭିନବ ପ୍ରୟାସ: ରୋବର୍ଟ ସାନିଟାଇଜର୍‌

ବ୍ରହ୍ମପୁର:  ବ୍ରହ୍ମପୁର ଶିଳ୍ପ ତାଲିମ୍‌ ଅନୁଷ୍ଠାନ (ଆଇଟିଆଇ) ପକ୍ଷରୁ କୋଭିଡ୍‌-୧୯ ମୁକାବିଲା ପାଇଁ ପୁଣି ଏକ ଅତ୍ୟାବଶ୍ୟକ ଉପକରଣ ଭାବେ ୟୁଭିସି ରୋବୋ ୱାରିୟର ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଡ.ମହେନ୍ଦ୍ରନାଥ ପାଣ୍ଡେ ଆଜି ଅନ୍‌ଲାଇନ୍‌ରେ ଏହାର ଉନ୍ମୋଚନ କରିଥିଲେ। ୟୁଭିସି ‌ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରି ପ୍ରସ୍ତୁତ ଏହି ରୋବୋ ଦ୍ବାରା ବସ୍‌, କ୍ବାରେଣ୍ଟିନ୍‌ ସେଣ୍ଟର୍‌ର ବିଶୋଧନ କରିହେବ। ଆତ୍ମ ନିର୍ଭର ଭାରତ ପାଇଁ ବ୍ରହ୍ମପୁର ଆଇଟିଆଇର ଏହି ନୂଆ ପ୍ରୟାସ ଆଉ ଏକ ଉଦାହରଣ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି।

publive-image

କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଆବଶ୍ୟକ ବିଭିନ୍ନ ଉପକରଣ ପ୍ରସ୍ତୁତି କରିବାରେ ବ୍ରହ୍ମପୁର ଆଇଟିଆଇ ନିରନ୍ତର ଉଦ୍ୟମ ଜାରି ରଖିଛି। ଆଖପାଖରେ ଉପଲବ୍ଧ ହେଉଥିବା ନାନା ସରଞ୍ଜାମକୁ ନେଇ ସୂଚନା ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି ସ୍ବଳ୍ପ ଖର୍ଚ୍ଚରେ ଏଭଳି ଏକାଧିକ ଉପକରଣ ପ୍ରସ୍ତୁତ କରିବାର ସଫଳତା ହାସଲ କରିଛି। ଫେସ୍‌ସିଲ୍ଡ ଠାରୁ ଆରମ୍ଭ କରି ୟୁଭିସି ସାନିଟାଇଜର୍‌, ସୋଲ୍ ସାନିଟାଇଜର୍‌ ଏହାର ଗୋଟିଏ ଗୋଟିଏ ଉଦାହରଣ। ଯାହାକୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛନ୍ତି।

publive-image

ୟୁଭିସି ରୋବୋ ୱାରିୟର୍‌ ବ୍ରହ୍ମପୁର ଆଇଟିଆଇର ଆଉ ଏକ ନୂଆ ପ୍ରୟାସ। ଏଥିରେ ଏକ ଗତିଶୀଳ ରୋବର୍ଟ ରହିଛି। ହାତରେ ଏକ ବାଡ଼ି (ଷ୍ଟିକ୍‌)ଆକୃତିର ଏକ ୟୁଭିସି ଲାଇଟ୍‌ ଖଞ୍ଜା ଯାଇଛି, ଯାହାକି ଭୂଲମ୍ବ ଭାବେନ ରହି ୭୫ଂ କୋଣ କରି ରହିଛି। ଏହି ରୋବର୍ଟକୁ ଯେକୌଣସି ଗାଡ଼ି, ଅଫିସ୍‌ କିମ୍ବା କ୍ବାରେଣ୍ଟିନ୍‌ ସେଣ୍ଟର୍‌ ଭିତରେ ରଖି ବାହାରୁ ମୋବାଇଲ୍‌ ଯୋଗେ କାର୍ଯ୍ୟକ୍ଷମ କରିହେବ। ବନ୍ଦ କୋଠରୀ କିମ୍ବା ବସ୍‌ର ବାହାରେ ରହି ମୋବାଇଲ୍‌ର ଇଣ୍ଟର୍‌ନେଟ୍, କିମ୍ବା ବ୍ଲୁଟୁଥ୍‌ ସହାୟତାରେ ରୋବର୍ଟକୁ ଗତୀଶୀଳ କରାଇବା ସହ ଏହାର ୟୁଭିସି ଲାଇଟ୍‌କୁ ଅନ୍‌ କରିବାର ବ୍ୟବସ୍ଥା ହୋଇଛି। ଫଳରେ ଏହାର ତେଜଷ୍କ୍ରିୟ ଆଲୋକ ରଶ୍ମୀର ବିକିରଣରୁ ବ୍ୟବହାରକାରୀ ରକ୍ଷା ପାଇପାରିବ।  ଏହି ୟୁଭିସି ଲାଇଟ୍‌ରୁ ବିକିରଣ ହେଉଥିବା ଆଲୋକ ରଶ୍ମୀର ତରଙ୍ଗ ଦୂରତା (ୱଭ୍‌ଲେନ୍‌ଥ) ୨୫୪ମିମି ରହିଛି। ଯାହାକି ଆଖପାଖ ଅଂଚଳରେ ଥିବା ଜୀବାଣୁ, ଭୂତାଣୁ, କୀଟାଣୁ ଆଦିକୁ ବିନଷ୍ଟ କରି ପାରିବ। ସ୍ବଳ୍ପ ଖର୍ଚ୍ଚରେ ଏହି ରୋବୋ ୱାରିୟର୍‌କୁ ପ୍ରସ୍ତୁତ କରାଯାଇଛି। ମାତ୍ର ୭-୮ହଜାର ମୂଲ୍ୟରେ ଏହାକୁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରିବାକୁ ପ୍ରକ୍ରିୟା ଜାରି ରହିଥିବା ସମ୍ପର୍କରେ ଆଇଟିଆଇ ଅଧ୍ୟକ୍ଷ ଡ.ରଜତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe