ବିହାରବାସୀଙ୍କ ସହ ବିଶ୍ବାସଘାତ: ବିଜେପି

Advertisment
ମଞ୍ଚ ବନ୍ଧା ହେଲାଣି, ନେତା ବଛା ହୋଇନାହାନ୍ତି: ଜନତା ମଇଦାନରେ ଶପଥ ‌ନେବେ ମୁଖ୍ୟମନ୍ତ୍ରୀ

The Hans India

ପାଟନା : ନୀତୀଶ କୁମାର ହଠାତ୍‌ ବିଜେପି ଛାଡ଼ି ମହାମେଣ୍ଟରେ ସାମିଲ ହେବା ଘଟଣାରେ ବିଜେପିକୁ ଝଟ୍‌କା ଲାଗିଛି। ନୀତୀଶଙ୍କ ଏହି ନିଷ୍ପତ୍ତି ପାଇଁ ଆଜି ବିଜେପି ତାଙ୍କ ଉପରେ ପ୍ରବଳ ବର୍ଷିଛି। ବିହାର ବିଜେପି ମୁଖ୍ୟ ସଂଜୟ ଜୟସ୍ବାଲ ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିହାରର ଲୋକମାନେ କେବେ ବି ନୀତୀଶ କୁମାରଙ୍କୁ କ୍ଷମା କରି ପାରିବେନି। ସଂଜୟ କହିଛନ୍ତି, ୨୦୨୦ ନିର୍ବାଚନରେ ଆମେ ଏକାଠି ନିର୍ବାଚନ ଲଢ଼ିଥିଲୁ। ଜେଡିୟୁ ଏବଂ ବିଜେପି ମେଣ୍ଟକୁ ବହୁମତ ମିଳିଥିଲା। ଆମକୁ ଅଧିକ ସଂଖ୍ୟା ମିଳିଥିଲା। ଏହାସତ୍ତ୍ବେ ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ। କିନ୍ତୁ ଆଜି ଯାହା ବି ହେଲା ତା’ ଦ୍ବାରା ବିହାରର ନାଗରିକ ଏବଂ ବିଜେପିକୁ ବିଶ୍ବାସଘାତ କରାଯାଇଛି। ବିଜେପିର କେନ୍ଦ୍ରମନ୍ତ୍ରୀ ତଥା ବିହାରର ବରିଷ୍ଠ ନେତା ଗିରିରାଜ ସିଂହ କହିଛନ୍ତି, ତାଙ୍କ ଦଳ ମେଣ୍ଟ ଧର୍ମ ପାଳନ କରିଛି। ମେଣ୍ଟରୁ ଓହରିବା ନିଷ୍ପତ୍ତି ନୀତୀଶ ନେଇଛନ୍ତି। ଗିରିରାଜ କହିଛନ୍ତି, ଆମେ ସବୁବେଳେ ମେଣ୍ଟ ଧର୍ମକୁ ସମ୍ମାନ ଦେଇଛୁ। ଆମ ପାଖରେ ୬୩ ବିଧାୟକ ଏବଂ ତାଙ୍କ ପାଖରେ ୩୬ ବିଧାୟକ ଥିଲେ। ଏହା ପରେ ମଧ୍ୟ ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe