Image Credt: India Today
ଇସ୍ଲାମାବାଦ୍: ଗୁରୁବାର ଆରମ୍ଭ ହେଉଥିବା ଲୋକସଭା ନିର୍ବାଚନରେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଣନ୍ତି ତେବେ ଭାରତ ସହ ଶାନ୍ତି ଆଲୋଚନା ଲାଗି ଉତ୍ତମ ସୁଯୋଗ ମିଳିବ ବୋଲି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାବୁଥିବା କଥା କହିଛନ୍ତି।
ଇମ୍ରାନ୍ ଖାଁ କହିଛନ୍ତି ଯେ ଯଦି ବିରୋଧୀ କଂଗ୍ରେସ ନେତୃତ୍ୱରେ ଭାରତର ପରବର୍ତ୍ତୀ ସରକାର ଆସେ ତେବେ ପାକିସ୍ତାନ ପାଇଁ କଶ୍ମୀର ପ୍ରସଙ୍ଗ ସମାଧାନ ନିମନ୍ତେ ଉପାୟ ଖୋଜିବା କଷ୍ଟସାଧ୍ୟ ହେବ। ସେ ଦଳେ ବିଦେଶୀ ସାମ୍ବାଦିକଙ୍କୁ ସାକ୍ଷାତ୍କାର ଦେଇ କହିଛନ୍ତି ଦକ୍ଷିଣପନ୍ଥୀ ଦଳ ବିଜେପି ଯଦି ଜିଣେ, କଶ୍ମୀର ପ୍ରସଙ୍ଗରେ କୌଣସି ପ୍ରକାର ସମାଧାନ ସୂତ୍ରପାତ ହୁଅନ୍ତା।
ସମ୍ପ୍ରତି ଭାରତରେ ଯାହା ଘଟୁଛି ତାହା ଦେଖିବି ବୋଲି ମୁଁ କଦାପି ଭାବି ନ ଥିଲି। ମୁସଲମାନ ସମ୍ପ୍ରଦାୟଙ୍କୁ ଆକ୍ରମଣ କରାଯାଉଛି।
ସେ କହିଛନ୍ତି ସେ ଜାଣିଥିବା କେତେକ ଭାରତୀୟ ମୁସଲମାନଙ୍କ ପରିସ୍ଥିତି ଭାତରେ ବହୁ ବର୍ଷ ତଳେ ଉତ୍ତମ ଥିଲା। ଉଗ୍ର ହିନ୍ଦୁ ଜାତୀୟତାବାଦ ଦ୍ୱାରା ଏବେ ସେମାନେ ଚିନ୍ତିତ।
ସେ କହିଛନ୍ତି ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପରି ମୋଦି ଭୟ ଓ ଜାତୀୟତାବାଦ ଭାବନା ଆଧାରରେ ନିର୍ବାଚନ ଅଭିଯାନ ଚଳାଉଛନ୍ତି।
କୌଣସି ବାହାର ଲୋକ କଶ୍ମୀରରେ ସ୍ଥାବର ସମ୍ପତ୍ତି ଖରିଦ କରି ପାରିବେ ନାହିଁ ବୋଲି ଦଶନ୍ଧି ଦଶନ୍ଧି ଧରି ଚଳି ଆସୁଥିବା କଶ୍ମୀରୀବାସୀଙ୍କ ଅଧିକାରକୁ ଉଚ୍ଛେଦ କରାଯିବ ବୋଲି ବିଜେପି ତା’ର ପ୍ରଚାର ଅଭିଯାନରେ କହୁଥିବା ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।
  
 Follow Us