Image Courtesy of India Today
ଲସ୍ ଏଞ୍ଜେଲେସ୍: ୭ ଦଶନ୍ଧିରୁ ଅଧିକ କାଳ ଧରି ଆମେରିକୀୟ ଟେଲିଭିଜନ୍ ଦର୍ଶକଙ୍କୁ ହସାଉଥିବା ଅଭିନେତ୍ରୀ ବେଟି ହ୍ବାଇଟ୍ଙ୍କର ଦେହାନ୍ତ ହୋଇଯାଇଥିବା କଥା ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଗଣମାଧ୍ୟମ ରିପୋର୍ଟ କରିଛି।
ଜନପ୍ରିୟ ହାସ୍ୟାରସାତ୍ମକ ଧାରାବାହିକ ‘ଦି ଗୋଲ୍ଡେନ୍ ଗାର୍ଲସ୍’ ଏବଂ ‘ଦି ମେରି ଟାଇଲର୍ ମୁର୍ ସୋ’ ପ୍ରଭୃତିରେ ଅଭିନୟ କରି ସେ ବିଶେଷ ଖ୍ୟାତି ଅର୍ଜନ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁର କାରଣ ପ୍ରକାଶ କରାଯାଇନାହିଁ।
ପ୍ରଥମେ ‘ଏମି ସମ୍ମାନ’ ପାଇଥିବା ହାସ୍ୟରସାତ୍ମକ ଅଭିନେତ୍ରୀ ହ୍ବାଇଟ୍ ଥିଲେ ଦୂରଦର୍ଶନ ଧାରାବାହିକ କ୍ଷେତ୍ରରେ ଦୀର୍ଘ ଦିନ ଧରି ଅଭିନୟ କରିଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ୧୯୪୯ ରୁ ସେ ନିୟମିତ ଭାବେ ଟେଲିଭିଜନ୍ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ। ୨୦୧୯ରେ ‘ଟୟ ଷ୍ଟୋରି ୪’ରେ ଗୋଟାଏ ଚରିତ୍ର ପାଇଁ ସଂଳାପ କହିଥିଲେ। ଅନ୍ୟତମ ପ୍ରଥମ ମହିଳା ପ୍ରଯୋଜିକା ଭାବେ ସେ ୧୯୫୦ରେ ହାସ୍ୟରସାତ୍ମକ ଧାରାବାହିକ ‘ଲାଇଫ୍ ୱିଥ୍ ଏଲିଜାବେଥ୍’ ଆରମ୍ଭ କରି ସେଥିରେ ଅଭିନୟ ମଧ୍ୟ କରିଥିଲେ।
Image Courtesy of NDTVତାଙ୍କର ଏଜେଣ୍ଟ୍ ଜେଫ୍ ୱିଟ୍ଜାସ୍ ଏକ ବିବୃତିରେ ‘ପିପୁଲ୍ ମାଗାଜିନ୍’କୁ କହିଛନ୍ତି, ବେଟିଙ୍କୁ ୧୦୦ ପୂରିବାକୁ ଯାଉଥିଲେ ବି ମୁଁ ଭାବୁଛି ସେ ଚିରକାଳ ବଞ୍ଚିରହିବେ। ତାଙ୍କର ଅନୁପସ୍ଥିତି ମୋ ପାଇଁ ଅସହନୀୟ ହେବା ସହ ସେ ଶ୍ରଦ୍ଧା କରୁଥିବା ଜୀବ ଜଗତ୍ ମଧ୍ୟ ତାଙ୍କୁ ଝୁରିହେବେ।
ତାଙ୍କୁ ଜଣେ ଆକର୍ଷଣୀୟା ମହିଳା କହି ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ଅନେଶତ ବର୍ଷ- ମୋ ମାଆ କହିଲା ଭଳି, ଈଶ୍ବର ତାଙ୍କୁ ଶ୍ରଦ୍ଧା କରନ୍ତି!
Follow Us