ହାଇଡ୍ରକ୍ସିକ୍ଲୋରୋକ୍ବିନ୍‌ ପାର୍ଶ୍ବପ୍ରତିକ୍ରିୟା ପ୍ରତି ସାବଧାନ, ଆମେରିକୀୟ ସଂସ୍ଥା ଏଫ୍ଡିଏର ଚେତାବନୀ

Advertisment
କରୋନା ଚିକିତ୍ସା ଲାଗି ବ୍ୟବହାର ହେଉଥିବା ହାଇଡ୍ରୋକ୍ସି କ୍ଳୋରୋକୁଇନ ଉପରୁ ଉଠିଲା ରପ୍ତାନି କଟକଣା

The Guardian

ୱାସିଂଟନ: ମହାମାରୀ କରୋନାର ଉପଶମ ପାଇଁ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ରରେ ଏବେ ବିକଳ୍ପ ମହୋଷଧି ଭାବେ ମ୍ୟାଲେରିଆ ପ୍ରତିରୋଧୀ ଔଷଧ ହାଇଡ୍ରକ୍ସିକ୍ଳୋରୋକ୍ବିନ୍‌ର ଉପଯୋଗକୁ ପ୍ରାଧାନ୍ୟ ଦିଆଯାଉଛିା ଏପରିକି ଏହାକୁ ଶ୍ରେଷ୍ଠ ଉପଲବ୍ଧ ବିକଳ୍ପ ଭାବେ ଗ୍ରହଣ କରି ଆମେରିକା ରାଷ୍ଟ୍ରପତି ତଦନୁସାରେ ଆକ୍ରମଣାତ୍ମକ ପଦକ୍ଷେପ ନେଇଛନ୍ତିା ଆମେରିକାରେ ଦିନକୁ ଦିନ ହୁ ହୁ ହୋଇ ବଡ଼ି ଚାଲିଥିବା କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସ୍ଥିତିରେ ବିରାମ ଆଣିବା ଲକ୍ଷ୍ୟରେ ଟ୍ରମ୍ପ୍ ପ୍ରଶାସନ ପ୍ରତିକାର ସ୍ବରୂପ ନିଜ ଦେଶରେ ତିନି କୋଟି ସଂଖ୍ୟକ ହାଇଡ୍ରକ୍ସିକ୍ଳୋରୋକ୍ବିନ୍ ମାତ୍ରା(ଡୋଜ୍) ସଂଗ୍ରହ କରି ରଖିଛନ୍ତି ଯାହାର ସିଂହଭାଗ ଭାରତରୁ ହିଁ ଆମଦାନି ହୋଇଛିା ତେବେ ଏହି ମ୍ୟାଲେରିଆ ଔଷଧର ଜଣାଶୁଣା ପାର୍ଶ୍ବପ୍ରତିକ୍ରିୟା ସମ୍ପର୍କରେ ଆମେରିକାର ଖାଦ୍ୟ ଏବଂ ଭେଷଜ ପ୍ରଶାସନ(ଏଫ୍ଡିଏ) ସଦ୍ୟ ଚେତାବନୀ ଶୁଣାଇ ଏହାର ବ୍ୟବହାର ହିଁ ପରିସ୍ଥିତକୁି ଆହୁରି ଗମ୍ଭୀର କରିଦେବ ବୋଲି ସତର୍କ କରାଇଦେଇଛିା ଏହି ସବୁ ପାର୍ଶ୍ବପ୍ରତିକ୍ରିୟା ମଧ୍ୟରେ ଜୀବନ ନେଇଗଲା ଭଳିି ଗୁରୁତର ହୃଦ୍‌ସ୍ପନ୍ଦନ ଜନିତ ସମସ୍ୟା ରହିଛିା ପୂର୍ବରୁ ଆମେରିକାର ନାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ହେଲ୍‌ଥ(ଏନ୍ଆଇଏଚ୍) ପକ୍ଷରୁ ମଧ୍ୟ ହାଇଡ୍ରକ୍ସିକ୍ଳୋରୋକ୍ବିନ୍ ଏବଂ ଆଜିଥ୍ରୋମାଇସିନ୍‌ର ମିଶ୍ର ପ୍ରୟୋଗର ସମ୍ଭାବ୍ୟ ବିଷକ୍ରିୟା ଯୋଗୁଁ ଉପଯୋଗ କରାଯାଇଥିବା ରୋଗୀଠାରେ ଏହାର ପାର୍ଶ୍ବ ପ୍ରତିକ୍ରିୟାକୁ ଭଲଭାବେ ଅନୁଧ୍ୟାନ କରିବା ଜରୁରୀ ବୋଲି ସତର୍କ କରାଯାଇଥିଲା।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଆମେରିକାରେ କୋଭିଡ୍–୧୯ ଦ୍ବାରା ୯ ଲକ୍ଷ ୨୮ ହଜାର ନାଗରିକ ଆକ୍ରାନ୍ତ ହୋଇଥିବା ବେଳେ ୫୩ ହଜାର ଲୋକଙ୍କର ଜୀବନ ହାନି ଘଟିସାରିଛିା ତେଣୁ ଏଭଳି ସ୍ଥିତିର ମୁକାବିଲା ପାଇଁ ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କରୋନା ଆକ୍ରାନ୍ତଙ୍କ ଠାରେ ହାଇଡ୍ରକ୍ସିକ୍ଳୋରୋକ୍ବିନ୍‌ର ଉପଯୋଗକୁ ଗୁରୁତ୍ବ ଦିଆଯାଉଛିା ଏପରିକି ଏହାଦ୍ବାରା ନ୍ୟୁୟର୍କ ସମେତ ଅନ୍ୟ କିଛି ସ୍ଥାନରେ ଅନେକ ରୋଗୀ ସୁସ୍ଥ ହୋଇଥିବା କୁହାଯାଇଛିା ଅପରପକ୍ଷେ, କରୋନା ରୋଗୀଠାରେ ପ୍ରାଥମିକ ପର୍ଯ୍ୟାୟରେ ହାଇଡ୍ରକ୍ସିକ୍ଳୋରୋକ୍ବିନ ପ୍ରୟୋଗ କାମ କରୁଥିବା ବେଳେ ପରେ ହୃଦ୍‌ରୋଗ ସମସ୍ୟା ଥିବା କରୋନା ଆକ୍ରାନ୍ତଠାରେ ଆହୁରି ଜଟିଳ ସମସ୍ୟା ଦେକାଦେଉଥିବା ଜଣାଯାଇଛିା ତେଣୁ ଏ ପରିପ୍ରେକ୍ଷୀରେ ଏଫ୍‌ଡିଏ କମିସନର ହାନ୍‌ଙ୍କ କହିବା କଥା, କୋଭିଡ୍–୧୯ର ଉପଶମ ପାଇଁ ଉକ୍ତ ମ୍ୟାଲେରିଆ ଔଷଧର ନୈଦାନିକ ପ୍ରୟୋଗ ଜାରି ରହିଛିା ଏ ଯାବତ୍ ଏହାର ସଫଳତା ସମ୍ପର୍କରେ କେହି ଦୃଢ଼ନିଶ୍ଚିତ ହୋଇପାରିନାହିାଁ ତେବେ ଏଥିପାଇଁ ନିର୍ଦ୍ଦିିଷ୍ଟ ରୋଗୀଠାରେ ଏହି ଔଷଧର ନିର୍ଦ୍ଦିଷ୍ଟ ମାତ୍ରା ପ୍ରୟୋଗ କରି ଫଳାଫଳକୁ ଅତି ନିବିଡ଼ ଭାବେ ନିରୀକ୍ଷଣ କରିବା ଲାଗି ଚିକିତ୍ସାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରାଯାଉଛିା ସେଥିରୁ କିଛିି ଅନୁକୂଳ ନିର୍ଯାସ ମିଳିଲେ ହିଁ କୋଭିଡ୍–୧୯ ରୋଗୀଙ୍କ ଠାରେ ଏହାର ସାଧାରଣ ପ୍ରୟୋଗ ଉପରେ ନିଷ୍ପତ୍ତି ନିଆଯିବ ବୋଲି ହାନ୍ କହିଛନ୍ତିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe