Hindustan Times
ନୂଆଦିଲ୍ଲୀ: ଆମାଜନର ମୁଖ୍ୟ ଜେଫ୍ ବେଜୋସ୍ ଏକ ଫୁଟ୍ବଲ୍ ଟିମ୍ କିଣିବା ଲାଗି ଆମେରିକୀୟ ସମ୍ବାଦପତ୍ର ୱାସିଂଟନ ପୋଷ୍ଟ୍କୁ ବିକ୍ରି କରିବେ। ଏହି ଖବରକାଗଜକୁ ସେ ୨୦୧୩ରେ ତାହାର ପୂର୍ବତନ ମାଲିକ ଡୋନାଲ୍ଡ ଗ୍ରାହମଙ୍କଠାରୁ କିଣିଥିଲେ। ସମ୍ବାଦପତ୍ରର ମାଲିକ ହେବା କେବେ ବି ମୋର ସ୍ବପ୍ନ ନଥିଲା ବୋଲି ବେଜୋସ୍ ପୂର୍ବରୁ ଅନେକ ଥର କହିଛନ୍ତି।
ଫୁଟ୍ବଲ୍କୁ ସେ ବହୁତ ଭଲ ପାଆନ୍ତି। ବିକ୍ରି ପାଇଁ ଉପଲବ୍ଧ ଥିବା ଫୁଟ୍ବଲ୍ ଟିମ୍ ୱାସିଂଟନ କମାଣ୍ଡରକୁ କିଣିବାକୁ ସେ ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ସେହି ଫୁଟ୍ବଲ୍ ଟିମ୍ ବିଷୟରେ ୱାସିଂଟନ ପୋଷ୍ଟ୍ରେ ଏତେ ନକାରାତ୍ମକ ଖବର ପ୍ରକାଶ ପାଇଛି ଯେ ତାହାର ବର୍ତ୍ତମାନର ମାଲିକ ବେଜୋସ୍ଙ୍କୁ ଟିମ୍ ଦେବାକୁ ଚାହୁନଥିବା ଜଣାପଡ଼ିଛି। ନ୍ୟୁୟର୍କ ପୋଷ୍ଟରେ କିନ୍ତୁ ଦାବି କରାଯାଇଛି ଯେ ୱାସିଂଟନ ପୋଷ୍ଟ ବିକ୍ରି ହେବ ନାହିଁ।
Follow Us