ଭଗବତ ମାନ୍ ହୋଇପାରନ୍ତି ଆପର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚେହେରା

Advertisment
ଭଗବତ ମାନ୍ ହୋଇପାରନ୍ତି ଆପର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚେହେରା

photo-live hindustan

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ଆମ୍ ଆଦମୀ ପାର୍ଟି ଖୁବ୍ ଶୀଘ୍ର ଏକ ବଡ଼ କାର୍ଡ ଖେଳିପାରେ। ସୂଚନାନୁସାରେ, ଆମ୍ ଆଦମୀ ପାର୍ଟି ଭଗବତ ମାନଙ୍କୁ ଏହାର ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ଉପସ୍ଥାପିତ କରିପାରେ | ଯଦି ଆପ ପ୍ରଥମେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଘୋଷଣା କରେ, ତେବେ କଂଗ୍ରେସ, ବିଜେପିକୁ ଘେରିବା ସହଜ ହେବ | କାରଣ ଏପର୍ଯ୍ୟନ୍ତ ଦୁଇ ଦଳ ସେମାନଙ୍କର ମୁଖ୍ୟମନ୍ତ୍ରୀ ଚେହେରା ବାବଦରେ ଘୋଷଣା କରିନାହାନ୍ତି | ପାର୍ଟି ସୂତ୍ରରୁ ପ୍ରକାଶ ଯେ ଭଗବତ ମାନଙ୍କ ନାମକୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରାଯିବା ଉଚିତ ବୋଲି ଦଳ ମଧ୍ୟରେ ସହମତି ପ୍ରକାଶ ପାଇଛି।

ଭଗବତ ମାନ ସାଙ୍ଗରୁର ଆସନରୁ ସାଂସଦ ଥିବାବେଳେ ଦଳର ରାଜ୍ୟ ସଭାପତି ମଧ୍ୟ ଅଛନ୍ତି। ଗତ ବର୍ଷ ଶେଷରେ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ କଂଗ୍ରେସ ଦଳ ଚରଣଜିତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିଛି । କିନ୍ତୁ ଅଦ୍ୟାବଧି କଂଗ୍ରେସ ନିର୍ବାଚନ ପରେ ମଧ୍ୟ ଚନ୍ନି ମୁଖ୍ୟମନ୍ତ୍ରୀ ରହିବେ ନା ଜଣେ ନୂତନ ନେତାଙ୍କୁ ଦାୟିତ୍ୱ ଦିଆଯିବ, ତାହା ଘୋଷଣା କରିବାକୁ ଏଡ଼ାଇ ଯାଉଛି । ବିଭିନ୍ନ ପ୍ରସଙ୍ଗରେ ସିଦ୍ଧୁ ଏବଂ ଚନ୍ନିଙ୍କ ମଧ୍ୟରେ କଳହ ମଧ୍ୟ ରହିଛି |

ଏପରିକି ସିଦ୍ଧୁ ହାଇକମାଣ୍ଡଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ କଂଗ୍ରେସ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ବାବଦରେ ଘୋଷଣା କରିବା ଉଚିତ । ସେ ଏହା ମଧ୍ୟ କହିଛନ୍ତି ଯେ ଯଦି କଂଗ୍ରେସ ଏହା ନକରେ ତେବେ ଏହାର ଯନ୍ତ୍ରଣା ଭୋଗିବାକୁ ପଡିବ। ତେବେ ଆଜି ଭଗବତ ମାନଙ୍କ ନାମ ଘୋଷଣା ହେବାର ଥିଲେ ହେଁ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କୋଭିଡ ପଜିଟିଭ ଥିବାରୁ ଏହାକୁ ସ୍ଥଗିତ ରଖାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe