ରାୟପୁର: ଗୀତା ପଢ଼ିବେ ଇଞ୍ଜିନିୟରିଂ ଛାତ୍ର। ଛତିଶଗଡ଼ର ସ୍ବାମୀ ବିବେକାନନ୍ଦ ବୈଷୟିକ ବିଶ୍ବବ୍ୟାଳୟ ଅଧୀନରେ ଆସୁଥିବା ୪୨ ଇଞ୍ଜିନିୟରିଂ ଓ ପଲିଟେକ୍ନିକ କଲେଜରେ ଏବେ ଭାରତ ସରକାରଙ୍କ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଭାଗବତ ଗୀତାର ଅଧ୍ୟୟନ କରାଯିବ। ଏଥିପାଇଁ ଛତିଶଗଡ଼ର ବୈଷୟିକ ଶିକ୍ଷା ମନ୍ତ୍ରୀ ଗୁରୁ ଖୁସୱନ୍ତ ସାହେବଙ୍କ ଉପସ୍ଥିତିରେ ଇସ୍କନ ସହିତ ଏକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇଛି। 

Advertisment

ଆହୁରି ପଢନ୍ତୁ- Virat Kohli: ଆଇସିସି ମାନ୍ୟତା: ଦିନିକିଆରେ ବିରାଟ କୋହଲି ନଂ ୧, ଭାରତ ନଂ ୧ ଦଳ

ଛତିଶଗଡ଼ର ସମସ୍ତ ଇଞ୍ଜିନିୟରିଂ ଓ ପଲିଟେକନିକ୍‌ କଲେଜ ଗୋଟିଏ ସେମିଷ୍ଟାର ପାଇଁ ଭାଗବତ ଗୀତା ପଢ଼ାଯିବ। ଏହି ପାଠ୍ୟକ୍ରମରେ କେବଳ ସିଦ୍ଧାନ୍ତ ନୁହେଁ, ବରଂ ଜୀବନ ମୂଲ୍ୟ, ନୈତିକ ଶିକ୍ଷା, ନେତୃତ୍ବ ନେବାର ଦକ୍ଷତା, ଆତ୍ମ ନିୟନ୍ତ୍ରଣ ଓ ସକାରାତ୍ମକ ଅନୁଚିନ୍ତା ଭଳି ବିଷୟବସ୍ତୁ ମଧ୍ୟ ସାମିଲ କରାଯିବ। ଇସ୍କନ ସିଧାସଳଖ ପ୍ରଶିକ୍ଷିତ କଲେଜମାନଙ୍କରେ ବିଦ୍ୟାର୍ଥୀଙ୍କୁ ଏହି ବିଷୟରେ ପାଠ ପଢ଼ାଇବେ। ବୈଷୟିକ ଶିକ୍ଷା ମନ୍ତ୍ରୀ ଖୁସୱନ୍ତ ସାହେବ କହିଛନ୍ତି, ଜାତୀୟ ଶିକ୍ଷାନୀତିର ମୂଳ ଉଦ୍ଦେଶ୍ୟ ବିଦ୍ୟାର୍ଥୀଙ୍କୁ କେବଳ ବୈଷୟିକ ଦକ୍ଷତାରେ ସୀମିତ ନ ରଖି ସେମାନଙ୍କୁ ନୈତିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବେ ସଶକ୍ତ କରିବ। ଏହା ଯୁବପିଢ଼ିଙ୍କୁ ସମସ୍ତ କ୍ଷେତ୍ରରେ ସନ୍ତୁଳନ ରଖି ବିବେକର ସହିତ ଆଗକୁ ବଢ଼ିବାକୁ ପ୍ରେରଣା ଦେବ। ଛତିଶଗଡ଼ର ସ୍ବାମୀ ବିବେକାନନ୍ଦ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ଡ. ଅରୁଣ ଅରୋରା କହିଛନ୍ତି, ବିଶ୍ବବିଦ୍ୟାଳୟ ଇସ୍କନ ସହିତ ଭାଗବତ ଗୀତା ଅଧ୍ୟୟନ ପାଇଁ ଅନୁବନ୍ଧିତ ହୋଇଛି।

ଆହୁରି ପଢନ୍ତୁ- Trump Request: ଇରାନ ପ୍ରଦର୍ଶନୀକାରୀଙ୍କୁ ଆନ୍ଦୋଳନ ଜାରି ରଖିବାକୁ ଟ୍ରମ୍ପଙ୍କ ନିବେଦନ: ସହାୟତା ଆସୁଛି ବୋଲି ପ୍ରତିଶ୍ରୁତି