ମୁମ୍ବାଇ ୧୪/୧ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟତମ ଦିନିକିଆ ମାନ୍ୟତା ପ୍ରକାଶ ପାଇଛି । ଏହା ଅନୁସାରେ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ବିଶ୍ବର ନଂ୧ ମାନ୍ୟତା ପ୍ରଦାନ କରାଯାଇଛି। ୭୮୫ ପଏଣ୍ଟ ସହ ସେ ପ୍ରଥମ ସ୍ଥାନରେ ଅଛନ୍ତି । ସେହିପରି ୭୮୪ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ଅଛନ୍ତି ନ୍ୟୁଜିଲାଣ୍ଡର ଡାରିଲ ମିଚେଲ୍। ୭୭୫ ପଏଣ୍ଟ ସହ ୩ୟ ସ୍ଥାନରେ ଅଛନ୍ତି ଭାରତର ରୋହିତ ଶର୍ମା । ସେହିପରି ୭୬୪ ପଏଣ୍ଟ ସହ ଆଫଗାନିସ୍ତାନର ଇବ୍ରାହିମ ଜଡ୍ରାନ।

Advertisment

ଆହୁରି ପଢନ୍ତୁ- Trump Request: ଇରାନ ପ୍ରଦର୍ଶନୀକାରୀଙ୍କୁ ଆନ୍ଦୋଳନ ଜାରି ରଖିବାକୁ ଟ୍ରମ୍ପଙ୍କ ନିବେଦନ: ସହାୟତା ଆସୁଛି ବୋଲି ପ୍ରତିଶ୍ରୁତି

ବିରାଟ ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ୨ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ସେହିପରି ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ପ୍ରଥମ ମ୍ୟାଚରେ ସେ ମ୍ୟାଚ ବିଜୟୀ ୯୩ ରନ କରିଥିଲେ। ଏସବୁ ଲଢୁଆ ଇନିଂସ ତାଙ୍କୁ ଅଧିକ ପଏଣ୍ଟ ପ୍ରଦାନ କରିବା ସହ ମାନ୍ୟତାରେ ଉନ୍ନତି ଘଟାଇଛି।

ଆହୁରି ପଢନ୍ତୁ- Pongal Gift: ଷ୍ଟିଲ୍ ପ୍ଲେଟ୍, ପୋଙ୍ଗଲ ପାତ୍ର, ଘିଅ, ଚାଉଳ, ଶାଢ଼ି: ପୋଙ୍ଗଲ ଉପହାର ମାଧ୍ୟମରେ ତାମିଲ ନେତାଙ୍କ ନିର୍ବାଚନୀ ପ୍ରଚାର

ଅନ୍ୟପକ୍ଷରେ ଟେଷ୍ଟ ମାନ୍ୟତାରେ ଇଂଲଣ୍ଡର ଜୋ ରୁଟ ୮୮୦ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବାବେଳେ ୮୫୭ ପଏଣ୍ଟ ସହ ୨ୟ ସ୍ଥାନରେ ଅଛନ୍ତି ଇଂଲଣ୍ଡର ହେରୀ ବ୍ରୁକ୍। ୩ୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍ । ଟ୍ବେଣ୍ଟି-୨୦ ମାନ୍ୟତାରେ ଭାରତର ଅଭିଷେକ ଶର୍ମା ନଂ୧ରେ ଥିବାବେଳେ ଦ୍ବିତୀୟ ସ୍ଥାନରେ ଅଛନ୍ତି ଇଂଲଣ୍ଡର ଫିଲିପ ସଲ୍ଟ।