ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଖଲିସ୍ତାନୀଙ୍କ ଧମକ; ସୁରକ୍ଷା ପାଇଁ ବୈଦେଶିକ ମନ୍ତ୍ରାଳୟକୁ ଅନୁରୋଧ କଲେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ

Advertisment
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଖଲିସ୍ତାନୀଙ୍କ ଧମକ; ସୁରକ୍ଷା ପାଇଁ ବୈଦେଶିକ ମନ୍ତ୍ରାଳୟକୁ ଅନୁରୋଧ କଲେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ

ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମ‌ାନଙ୍କ ଝିଅଙ୍କୁ ଖଲିସ୍ତାନୀ ସଙ୍ଗଠନ ପକ୍ଷରୁ ଧମକ ମିଳିଛି। ଏହାକୁ ନେଇ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ ବୈଦେଶିକ ମନ୍ତ୍ରାଳୟକୁ ସୁରକ୍ଷା ମାଗିଛନ୍ତି। ଏଥିସହିତ ସ୍ବାତୀ ଯଥାଶୀଘ୍ର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ବୈଦେଶିକ ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି।

ଅମୃତପାଲ ସିଂଙ୍କ ବିରୋଧରେ ପଞ୍ଜାବ ପୁଲିସ ନେଇଥିବା କ‌ାର୍ଯ୍ୟାନୁଷ୍ଠାନକୁ ଦେଖି କ୍ରୋଧିତ ଓ ଭୟଭୀତ ହୋଇପଡ଼ିଛି ଖଲିସ୍ତାନୀ ସଙ୍ଗଠନ। ଏହି ସଙ୍ଗଠନ ପକ୍ଷରୁ ଭଗବନ୍ତ ମାନଙ୍କ ଝିଅଙ୍କ ପାଖକୁ ଧମକଭରା ଫୋନକଲ୍ ଆସିଥିବା ସୂଚନା ରହିଛି । ତେବେ ଭଗବନ୍ତ ମାନ ତାଙ୍କ ପୂର୍ବତନ ସ୍ତ୍ରୀ ଇନ୍ଦରପ୍ରୀତ କୌର, ଝିଅ ସିରତ କୌର ଓ ପୁଅ ଦିଲସାନ କୌରଙ୍କ ସହିତ ଆମେରିକାରେ ରହୁଛନ୍ତି।

publive-image

ଏହି ଖବର ‌ପାଇବା ପରେ ସ୍ବାତୀ ମାଲିୱାଲ ଟୁଇଟ କରି ଲେଖିଛନ୍ତି, ‘ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଝିଅଙ୍କୁ ଆମେରିକାରେ ହତ୍ୟା କରିବା ପାଇଁ ଧମକ ମିଳିଥିବା ଖବର ପାଇଛି। ଏହା ଅତ୍ୟନ୍ତ ନିନ୍ଦନୀୟ କାମ। ମୁଁ ଆମେରିକାସ୍ଥିତ ଭାରତୀୟ ଦୂତାବାସକୁ ମାନଙ୍କ ଝିଅଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଅନୁରୋଧ କରୁଛି।’

ପଟିଆଲାର ଓକିଲ ହରମିତ ବରାଡ଼ ଦାବି କରି କହିଛନ୍ତି, ‘ଆମେରିକାରେ ରହୁଥିବା ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଝିଅଙ୍କୁ ଖଲିସ୍ତାନୀ ସଂଗଠନ ପକ୍ଷରୁ ଧମକ ମିଳିଛି। କ’ଣ ପିଲାଙ୍କୁ ଗାଳି ଦେଲେ ଧମକ ଦେଲେ ଖଲିସ୍ତାନ ମିଳିଯିବ?  ଏପରି ଭାବେ ପିଲାଙ୍କୁ ଧମକ ଓ ଗାଳି ଦେଇ ଖାଲିସ୍ତାନ ନେଇ ଯାଉଛନ୍ତି। ଏଭଳି ଲୋକ ଶିଖ ଧର୍ମ ପାଇଁ କଳଙ୍କ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe