ନିଜ କ୍ୟାବିନେଟ ସହଯୋଗୀଙ୍କୁ ବି ଛାଡ଼ିଲେନି ମାନ୍‌, ଦୁର୍ନୀତି ଅଭିଯୋଗ ଆସିବାରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ବିଦା କଲେ

Advertisment
ନିଜ କ୍ୟାବିନେଟ ସହଯୋଗୀଙ୍କୁ ବି ଛାଡ଼ିଲେନି ମାନ୍‌, ଦୁର୍ନୀତି ଅଭିଯୋଗ ଆସିବାରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ବିଦା କଲେ

indianexpress.com

ଅମୃତସର:  ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଦୁର୍ନୀତି ଅଭିଯୋଗରେ ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ବିଜୟ ସିଙ୍ଗ୍‌ଲାଙ୍କୁ ତାଙ୍କ କ୍ୟାବିନେଟ୍‌ରୁ ବରଖାସ୍ତ କରିଛନ୍ତି। ଏ ନେଇ ପୁଲିସକୁ ଏକ ମାମଲା ରୁଜୁ କରିବାକୁ ସେ କହିଛନ୍ତି। ସିଙ୍ଗ୍‌ଲା ଚୁକ୍ତିନାମା ପାଇଁ ଅଧିକାରୀମାନଙ୍କ ଠାରୁ ୧ ପ୍ରତିଶତ କମିସନ ନେଉଥିବା ପଞ୍ଜାମ ସିଏମ୍‌ଓ ବିବୃତ୍ତିରେ ପ୍ରକାଶ କରାଯାଇଛି। ଡକ୍ଟର ବିଜୟଙ୍କୁ ଆଣ୍ଟି କର୍‌ପସନ ବ୍ରାଞ୍ଚ୍‌ ଗିରଫ କରିଛି।

ମନ୍ତ୍ରୀଙ୍କ ବିରୋଧରେ ଆବଶ୍ୟକୀୟ ପ୍ରମାଣ ପାଇବା ପ‌ରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ଏପରି ପଦକ୍ଷେପ ନେଇଛନ୍ତି। ନିଜ କ୍ୟାବିନେଟ୍‌ର ଜଣେ ସଦସ୍ୟଙ୍କ ବିରୋଧରେ ଏପରି କଡ଼ା ପଦକ୍ଷେପ ନେଇ ସଭିଙ୍କ ପାଇଁ ଉଦାହରଣ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ। ଏପରି ଘଟଣା ଦେଶ ଇତିହାସରେ ଦ୍ବିତୀୟ।

ମାନ୍‌ ଏ ନେଇ ନିଜର ମତ ରଖି କହିଛନ୍ତି କି ଏପରିକି ୧ ପ୍ରତିଶତ ଦୁର୍ନୀତି ବି ଗ୍ରହଣଯୋଗ୍ୟ ନୁହେଁ। ଦଳ ପକ୍ଷରୁ ଘୋଷଣା କରାଯାଇଛି ଯେ ଆମ୍‌ ଆଦ୍‌ମୀ ପାର୍ଟିର ମୁଖିଆ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଦୁର୍ନୀତି ବିରୋଧୀ ମଡେଲ୍‌ ଅନୁଯାୟୀ ଏହି ବଡ଼ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe