ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘଚାଳକ ଡ଼ ମୋହନ ଭାଗବତଙ୍କୁ ରାମ ମନ୍ଦିର ଟ୍ରଷ୍ଟରେ ରଖା ନଯାଉ: ବିଶ୍ବ ହିନ୍ଦୁ ପରିଷଦ

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘଚାଳକ ଡ଼ ମୋହନ ଭାଗବତଙ୍କୁ ରାମ ମନ୍ଦିର ଟ୍ରଷ୍ଟରେ ରଖା ନଯାଉ: ବିଶ୍ବ ହିନ୍ଦୁ ପରିଷଦ

Image Source- india today

ନାଗପୁର: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)ର ସରସଂଘଚାଳକ ଡ଼ ମୋହନ ଭାଗବତଙ୍କୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଗଠନ ହେବାକୁ ଥିବା ଟ୍ରଷ୍ଟର ଅଧ୍ୟକ୍ଷ କରାଯିବା ନେଇ କିଛି ଦିନ ହେବ ଚର୍ଚ୍ଚା ଚାଲିଛି। କିନ୍ତୁ ଏହାକୁ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଖଣ୍ଡନ କରାଯାଇଛି।

ଏସଂପର୍କରେ ବିଶ୍ବ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଚମ୍ପତ ରାୟ କହିଛନ୍ତି ଯେ ଆରଏସଏସର ମୁଖ୍ୟ ମୋହନ ଭାଗବତଙ୍କୁ ଟ୍ରଷ୍ଟରେ ରଖାଯିବା ଉଚିତ ନୁହେଁ। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଯଦି ଭାଗବତଙ୍କ ପାଖକୁ ଏଭଳି ପ୍ରସ୍ତାବ ଆସେ, ତେବେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିବେ । ମାତ୍ର ଚମ୍ପତ ରାୟ କେଉଁ କାରଣ ଲାଗି ଭାଗବତଙ୍କୁ ବିରୋଧ କରୁଛନ୍ତି , ଗଣମାଧ୍ୟମ ସାମ୍ନାରେ ତାହା କହି ନାହାନ୍ତି।

ସୂଚନାଯୋଗ୍ୟ, ମହନ୍ତ ପରମହଂସ ମହାରାଜ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଗଠନ ହେବାକୁ ଥିବା ଟ୍ରଷ୍ଟର ଅଧ୍ୟକ୍ଷ କରିବାକୁ କିଛି ଦିନ ତଳେ ଦାବି କରିଥିଲେ। ସେ କହିଥିଲେ ଯେ, ଆବଶ୍ୟକ ପଡ଼ିଲେ ଏଥିପାଇଁ ସେ ଅନଶନ କରିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe