ରାଜସ୍ଥାନରେ ବଳପୂର୍ବକ ଧର୍ମପରିବର୍ତ୍ତନ କଲେ ୧୦ ବର୍ଷ ଜେଲ୍

ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କ କ୍ୟାବିନେଟ ଧର୍ମାନ୍ତରଣ ବିରୋଧୀ ବିଲକୁ ଅନୁମୋଦନ କରିଛି । ଏବେ ବଜେଟ୍ ଅଧିବେଶନରେ ଏହି ବିଲ୍ କୁ ବିଧାନସଭାରେ ଆଗତ କରାଯିବ। ଏହି ବିଲ ଅନୁସାରେ ବଳପୂର୍ବକ ଧର୍ମପରିବର୍ତ୍ତନ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ।

bhajan lal

ଜୟପୁର: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କ କ୍ୟାବିନେଟ ଧର୍ମାନ୍ତରଣ ବିରୋଧୀ ବିଲକୁ ଅନୁମୋଦନ କରିଛି । ଏବେ ବଜେଟ୍ ଅଧିବେଶନରେ ଏହି ବିଲ୍ କୁ ବିଧାନସଭାରେ ଆଗତ କରାଯିବ। ଏହି ବିଲ ଅନୁସାରେ ବଳପୂର୍ବକ ଧର୍ମପରିବର୍ତ୍ତନ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଯଦି ଆପଣ ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରନ୍ତି ତେବେ ଆପଣଙ୍କୁ ୬୦ ଦିନ ପୂର୍ବରୁ ଜିଲ୍ଲାପାଳଙ୍କୁ ଲିଖିତଭାବେ ଜଣାଇବାକୁ ପଡିବ । 

ଏହି ବିଲ ଅନୁସାରେ ବଳପୂର୍ବକ ଧର୍ମପରିବର୍ତ୍ତନ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଯଦି ଆପଣ ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରନ୍ତି ତେବେ ଆପଣଙ୍କୁ ୬୦ ଦିନ ପୂର୍ବରୁ ଜିଲ୍ଲାପାଳଙ୍କୁ ଲିଖିତଭାବେ ଜଣାଇବାକୁ ପଡିବ ।

ଆଇନ ମନ୍ତ୍ରୀ ଯୋଗାରାମ ପଟେଲ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ବିଲରେ ସମ୍ବିଧାନର ଧାରା ୨୫ ଏବଂ ଧାରା ୨୬ର ବ୍ୟବସ୍ଥା ଅନୁଯାୟୀ କ୍ଷମତା ପ୍ରଦାନ କରିବାର ବ୍ୟବସ୍ଥା କରାଯିବ ବୋଲି ଯୋଗରାମ ପଟେଲ କହିଛନ୍ତି। ଧର୍ମପରିବର୍ତ୍ତନ ବିରୋଧୀ ବିଲ୍ ସହ ଭଜନ ଲାଲ ସରକାରଙ୍କ କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସପ୍ତମ ଅର୍ଥ ଆୟୋଗ ଗଠନ ଏବଂ ଅକ୍ଷୟ ଶକ୍ତି ପାଇଁ ଏକ ନୂତନ ଶକ୍ତି ନୀତିକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe