୯ ଜୁଲାଇ ଭାରତ ବନ୍ଦ, ପ୍ରଭାବିତ ହୋଇପାରେ ଜୀବନଯାତ୍ରା

ଭାରତର ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ଏକ ମିଳିତ ମଞ୍ଚ ବୁଧବାର (୯ ଜୁଲାଇ, ୨୦୨୫) ଭାରତ ବନ୍ଦ ଡାକରା ଦେଇଛି ।  କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଏହି ଦେଶବ୍ୟାପୀ ଧର୍ମଘଟ ଡକରା ଦିଆଯାଇଛି । ଏହି ବନ୍ଦ ଯୋଗୁଁ ସାରା ଦେଶରେ ଜୀବନଯାତ୍ରା ପ୍ରଭାବିତ ହେବାର ଆଶଙ୍କା ରହିଛି ।

bharat bandh

ନୂଆଦିଲ୍ଲୀ : ଭାରତର ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ଏକ ମିଳିତ ମଞ୍ଚ ବୁଧବାର (୯ ଜୁଲାଇ, ୨୦୨୫) ଭାରତ ବନ୍ଦ ଡାକରା ଦେଇଛି ।  କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଏହି ଦେଶବ୍ୟାପୀ ଧର୍ମଘଟ ଡକରା ଦିଆଯାଇଛି । ଏହି ବନ୍ଦ ଯୋଗୁଁ ସାରା ଦେଶରେ ଜୀବନଯାତ୍ରା ପ୍ରଭାବିତ ହେବାର ଆଶଙ୍କା ରହିଛି ।

ଏହି ଧର୍ମଘଟରେ ଦେଶର ୨୫ କୋଟିରୁ ଅଧିକ କର୍ମଚାରୀ ଏବଂ ଶ୍ରମିକ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି । ଏହି ଦେଶବ୍ୟାପୀ ଧର୍ମଘଟ ଦେଶର ଅର୍ଥନୈତିକ, ଶିକ୍ଷାଗତ ଏବଂ ଅନେକ ପ୍ରମୁଖ ପ୍ରତିଷ୍ଠାନ ଏବଂ ସେବାକୁ ପ୍ରଭାବିତ କରିବ। କାରଣ ଏଥିରେ ବ୍ୟାଙ୍କିଂ, ବୀମା, ଡାକ ଏବଂ କୋଇଲା ଖଣି ଭଳି ଅନେକ କ୍ଷେତ୍ରର କର୍ମଚାରୀ ସାମିଲ ହେବେ।

କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ଫୋରମ୍ ଏହି ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। ବିବୃତ୍ତିରେ ଫୋରମ୍ କହିଛି ଯେ ଗତ ୧୦ ବର୍ଷ ଧରି ସରକାର ବାର୍ଷିକ ଶ୍ରମିକ ସମ୍ମିଳନୀ ଆୟୋଜନ କରିନାହାଁନ୍ତି। ଏହା ବ୍ୟତୀତ ଏପରି ଅନେକ ନିଷ୍ପତ୍ତି ମଧ୍ୟ ଲଗାତାର ନିଆଯାଉଛି, ଯାହା ଶ୍ରମିକଙ୍କ ସ୍ୱାର୍ଥ ବିରୋଧୀ।
ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର କୌଣସି ପ୍ରକାରର ଛୁଟିର ଘୋଷଣା କରିନାହିଁ । କିନ୍ତୁ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟରେ ଯୋଗ ଦେଉଥିବାରୁ ବ୍ୟାଙ୍କ ସେବା ପ୍ରଭାବିତ ହୋଇପାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe