ଡିସେମ୍ବର ୮ରେ ଭାରତ ବନ୍ଦ

ଡିସେମ୍ବର ୮ରେ ଭାରତ ବନ୍ଦ

ibctime

ନୂଆଦିଲ୍ଲୀ : ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷି ଆନ୍ଦୋଳନ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ପୂର୍ବରୁ ଚାଷୀମାନଙ୍କ ସହ କେନ୍ଦ୍ର ସରକାରଙ୍କ ୨ଟି ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଛି ଏବଂ ଆସନ୍ତାକାଲି ହେବାକୁ ଥିବା ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷରେ ନୂଆ କୃଷି ବିଲ୍‌କୁ ବିରୋଧ କରି ଆନ୍ଦୋଳନରତ ୪୦ଟି କୃଷକ ସଂଗଠନ ପକ୍ଷରୁ ୮ ‌ଡିସେମ୍ବର (ମଙ୍ଗଳବାର) ରେ ଭାରତ ବନ୍ଦ ଡାକରା ଦିଆଯାଇଛି। କୃଷି ଆଇନରେ ସଂଶୋଧନ ଆଣିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ସଙ୍କେତ ଦେଇଥିଲେ ମଧ୍ୟ ଚାଷୀ ନେତାମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ନୂଆ କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଚାଷୀମାନେ ଜିଦ୍‌ରେ ଅଟଳ ରହିଛନ୍ତି।

ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଅବରୋଧ କରାଯିବ ବୋଲି ଚାଷୀନେତାମାନେ ଚେତାବନୀ ଦେବାପରେ ଆଜି ଦିଲ୍ଲୀରେ ସୁରକ୍ଷା ବଢ଼ାଇ ଦିଆଯାଇଛି। କୃଷି ଆଇନ ପ୍ରତ୍ୟାହାର ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ‘ଅଖିଳ ଭାରତ କିଷାନ ସଭା’ର ସାଧାରଣ ସମ୍ପାଦକ ହନ୍ନନ ମୋଲ୍ଲା କହିଛନ୍ତି। ସେହିଭଳି ଡିସେମ୍ବର ୫ ତାରିଖ ଆଲୋଚନାରେ କେନ୍ଦ୍ର ସରକାର ଚାଷୀଙ୍କ ସମସ୍ତ ଦାବି ପୂରଣ କରିବେ ବୋଲି ‘ଭାରତୀୟ କିଷାନ ସଂଘ’ର ନେତା ରାକେଶ ଟିକାଏତ ଆଶା ପୋଷଣ କରିଛନ୍ତି। ଯଦି ସରକାର ଚାଷୀଙ୍କ ଦାବି ପୂରଣ ନ ହୁଏ ତେବେ ଅନିର୍ଦ୍ଦିଷ୍ଟ କାଳ ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ଟିକାଏତ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe