ନଭେମ୍ବର ୨୬ରେ ଭାରତ ବନ୍ଦ

Advertisment
ଭାରତ ବନ୍ଦ ଡାକରାକୁ ସିପିଆଇ (ଏମ୍-ଏଲ୍)ଲିବରେସନର ସମର୍ଥନ

Times Now

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୨୬ ତାରିଖ (ଗୁରୁବାର)ରେ ପ୍ରାୟ ୧୦ଟି ଶ୍ରମିକ ସଂଗଠନ (ଟ୍ରେଡ ୟୁନିଅନ) ପକ୍ଷରୁ ଦେଶବ୍ୟାପୀ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ସରକାରୀ କ୍ଷେତ୍ରର ଘରୋଇକରଣ ତଥା ନୂତନ ଚାଷ ଆଇନ ଭଳି କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଏହି ଭାରତ ବନ୍ଦ ପାଳନ କରାଯିବ। ଏହି ବନ୍ଦ ପାଇଁ ଆହ୍ଵାନ ଦେଇଥିବା ଶ୍ରମିକ ସଂଗଠନଗୁଡ଼ିକ ହେଲେ ଅଲ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ (ଏଆଇଟିୟୁସି), ଅଲ ଇଣ୍ଡିଆ ସେଣ୍ଟ୍ରାଲ କାଉନସିଲ ଅଫ ଟ୍ରେଡ ୟୁନିଅନ (ଏଆଇସିସଟିୟୁ), ସେଣ୍ଟର ଅଫ୍‌ ଇଣ୍ଡିଆନ ଟ୍ରେଡ୍‌ ୟୁନିୟନ (ସିଆଇଟିୟୁ), ଅଲ ଇଣ୍ଡିଆ ୟୁନାଇଟେଡ ଟ୍ରେଡ ୟୁନିଅନ ସେଣ୍ଟର (ଏଆଇୟୁଟିୟୁସି) ପ୍ରମୁଖ ଅନ୍ତର୍ଭୁକ୍ତ।

ରିପୋର୍ଟ ଅନୁଯାୟୀ ବୀମା, ବ୍ୟାଙ୍କିଙ୍ଗ, ରେଳବାଇ ଏବଂ ରାଜ୍ୟ ତଥା କେନ୍ଦ୍ର ସରକାରୀ ଅନୁଷ୍ଠାନରେ କର୍ମଚାରୀ ସଂଗଠନ ମଧ୍ୟ ଏହି ଦେଶବ୍ୟାପୀ ବନ୍ଦରେ ଅଂଶ ଗ୍ରହଣ କରିବେ। ନଭେମ୍ବର ୨୫ ମଧ୍ୟରାତ୍ରିରୁ ଆରମ୍ଭ ହେବାକୁ ଥିବା ଏହି ୨୪ ଘଣ୍ଟିଆ ଧର୍ମଘଟରେ ପ୍ରାୟ ୧.୬ କୋଟି କର୍ମଚାରୀ ଅଂଶଗ୍ରହଣ କରିବେ।

ଟ୍ରେଡ ୟୁନିଅନର ନେତାମାନେ ଘୋଷଣା କରିଛନ୍ତି ଯେ ଅତ୍ୟାବଶ୍ୟକ ସେବାଗୁଡିକ ବ୍ୟତୀତ ସମସ୍ତ କ୍ଷେତ୍ରର କର୍ମୀମାନେ ଦେଶବ୍ୟାପୀ ବିକ୍ଷୋଭରେ ଅଂଶଗ୍ରହଣ କରିବେ। ଶ୍ରମିକ ବିରୋଧୀ ତଥା କୃଷକ ବିରୋଧୀ ବିଲ୍‌ ରଦ୍ଦ କରିବାକୁ ଟ୍ରେଡ ୟୁନିଅନଗୁଡ଼ିକ ଦାବି କରୁଛନ୍ତି। ଏବଂ ରେଳବାଇ ଭଳି ସାର୍ବଜନୀନ କ୍ଷେତ୍ରରେ ସରକାର ଘରୋଇକରଣ ବନ୍ଦ କରନ୍ତୁ।

ତେବେ, ବିଜେପି ପରିଚାଳନାଧୀନ ଭାରତ ମଜଦୁର ସଂଗଠନ (ବିଏମ୍‌ଏସ୍‌) ଏହି ଧର୍ମଘଟରେ ଭାଗ ନେବ ନାହିଁ ବୋଲି ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe