କୃଷି ଆଇନ ବିରୋଧୀ ପ୍ରତିବାଦର ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ‘ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା’ର ଭାରତ ବନ୍ଦ ଡାକରା; ଯାନବାହନ ଚଳାଚଳ ପ୍ରଭାବିତ

Advertisment
କୃଷି ଆଇନ ବିରୋଧୀ ପ୍ରତିବାଦର ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ‘ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା’ର ଭାରତ ବନ୍ଦ ଡାକରା; ଯାନବାହନ ଚଳାଚଳ ପ୍ରଭାବିତ

Image Courtesy of India Today

ନୂଆଦିଲ୍ଲୀ: ତିନି ବିବାଦୀୟ କୃଷି ଆଇନ ପ୍ରବର୍ତ୍ତନକୁ ବିରୋଧ କରି ଆରମ୍ଭ କରାଯାଇଥିବା ପ୍ରତିବାଦର ଏକବର୍ଷ ପୂର୍ତ୍ତି ଅବସରରେ ଆଜି ‘ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା’ (ଏସ୍‌କେଏମ୍‌) ଦେଇଥିବା ଭାରତ ବନ୍ଦ ଡାକରା ଯୋଗୁଁ ଦେଶରେ ବିଭିନ୍ନ ଅଞ୍ଚଳରେ ଧାରଣା ଦିଆଯିବା ସହ ରାସ୍ତା ଅବରୋଧ କରାଯାଇଛି।

ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥିପାଇଁ ଦେଶବ୍ୟାପୀ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷା ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ, ଦୋକାନ, ଶିଳ୍ପ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ତଥା ସର୍ବସାଧାରଣ କାର୍ଯ୍ୟକ୍ରମ ଓ ଉତ୍ସବ ବନ୍ଦ କରାଇବା ପାଇଁ ‘ଏସ୍‌କେଏମ୍‌’ କହିଛି।

କୃଷକମାନେ ଦେଇଥିବା ଭାରତ ବନ୍ଦ ଡାକରା ସମ୍ପର୍କରେ ଆଜି ‘ଭାରତୀୟ କିଷାନ୍‌ ୟୁନିୟନ୍‌’ର  (ବିକେୟୁ) ନେତା ରାକେଶ ଟିକାୟତ କହିଛନ୍ତି ଯେ, ସେମାନେ କିଛି ବନ୍ଦ କରି ନାହାନ୍ତି, କେବଳ ବାର୍ତ୍ତା ଦେବାକୁ ଚାହାଁନ୍ତି। ଆମ୍ବୁଲାନ୍‌ସ୍‌, ଡାକ୍ତର ଏବଂ ଜରୁରୀ ପାସ୍‌ଧାରୀମାନେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯାଇ ପାରିବେ। ଏବେ ଦୋକାନ ବନ୍ଦ ରଖି ଅପରାହ୍ଣ ୪ଟା ପରେ ଖୋଲିବାକୁ ଆମେ ଦୋକାନୀମାନଙ୍କୁ ନିବେଦନ କରିଛୁ। ଏଠାକୁ ବାହାରୁ କୌଣସି କୃଷକ ଆସୁ ନାହାନ୍ତି।

publive-image Image Courtesy of ANI

ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ରିପୋର୍ଟ ଅନୁସାରେ, ହରିୟାଣାର କୁରୁକ୍ଷେତ୍ର ଅନ୍ତର୍ଗତ ଶାହାବାଦ୍‌ରେ ପ୍ରତିବାଦକାରୀ କୃଷକମାନେ ଦିଲ୍ଲୀ-ଅମୃତସର ଜାତୀୟ ରାଜପଥ ଅବରୋଧ କରିଛନ୍ତି। କୃଷକମାନଙ୍କ ପ୍ରତିବାଦ ହେତୁ, ଉତ୍ତର ପ୍ରଦେଶରୁ ଦିଲ୍ଲୀର ଗାଜିପୁର ସୀମାନ୍ତକୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଲାଲ୍‌ କିଲ୍ଲାର ଦୁଇଟି ‘କ୍ୟାରେଜ୍‌ୱେ’ ବନ୍ଦ ରହିଥିବା କଥା ଦିଲ୍ଲୀ ପୁଲିସ ସୂଚନା ଦେଇଛି। ସେହିପରି, ‘ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌’ ପଣ୍ଡିତ ଶ୍ରୀରାମ ଶର୍ମା ମେଟ୍ରୋ ଷ୍ଟେସନ୍‌ର ପ୍ରବେଶ ଓ ପ୍ରସ୍ଥାନ ଫାଟକ ବନ୍ଦ ରଖିଛି।

ଭାରତ ବନ୍ଦ୍‌ ହେତୁ ଓଡ଼ିଶାରେ ‘ଓଏସ୍‌ଆର୍‌ଟିସି’ ବସ୍‌ ଚଳାଚଳ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ସ୍ଥଗିତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe