ନୂଆଦିଲ୍ଲୀ: କୋଭିଡ୍ ଟିକା ଉତ୍ପାଦନ ତ୍ୱରାନ୍ଵିତ କରିବା ଲାଗି ‘ଭାରତ ବାୟୋଟେକ୍’ ଓ ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍’ ଭାରତ ସରକାରଙ୍କୁ ୧୦୦ କୋଟି ଟଙ୍କା ମାଗିଛନ୍ତି।
କରୋନଭାଇରସ୍ ଟିକା ‘କୋଭାକ୍ସିନ୍’ର ଉତ୍ପାଦନ ବୃଦ୍ଧି ନିମନ୍ତେ ‘ଭାରତ ବାୟୋଟେକ୍’ ୧୦୦ କୋଟି ଟଙ୍କା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି। ସେହିଭଳି କରୋନାଭାଇରସ୍ ଟିକା ‘କୋଭିସିଲ୍ଡ୍’ ଉତ୍ପାଦନ ତ୍ୱରାନ୍ଵିତ କରିବା ଲାଗି ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ମଧ୍ୟ ସରକାରଙ୍କ ‘କୋଭିଡ୍ ସୁରକ୍ଷା ପାଣ୍ଠି’ରୁ ଅର୍ଥ ମଞ୍ଜୁର କରିବା ପାଇଁ ମୌଖିକ ଅନୁରୋଧ କରିଥିବା କୁହାଯାଉଛି।
Image Courtesy of Anandbazarpatrikaସମ୍ପ୍ରତି ହାଇଦ୍ରାବାଦରେ ଥିବା କାରଖାନାରୁ ଭାରତ ବାୟୋଟେକ୍ ମାସକୁ ୪ ନିୟୁତ ଡୋଜ୍ ‘କୋଭାକ୍ସିନ୍’ ଉତ୍ପାଦନ କରୁଛି। ଟିକା ତିଆରି ଓ ଉତ୍ପାଦନ ବୃଦ୍ଧି ସକାଶେ ସରକାରୀ ନିଯୁକ୍ତ ଏକ ଅର୍ନ୍ତମନ୍ତ୍ରାଳୟ ପାନେଲ୍ ମଧ୍ୟ ଭାରତ ବାୟୋଟେକ୍ର କାରଖାନାର ସମୀକ୍ଷା କରିଛି।
ଉତ୍ପାଦନ ବୃଦ୍ଧି କରି ୨୦୨୧ ମାର୍ଚ ସୁଦ୍ଧା ୧୦୦ ନିୟୁତ ଡୋଜ୍ ‘କୋଭିସିଲ୍ଡ୍’ ଉତ୍ପାଦନ କରିବା ଲାଗି ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍’ ମଧ୍ୟ ଯୋଜନା କରିଛି। ଏହି ସରକାରୀ ନିଯୁକ୍ତ ଅର୍ନ୍ତମନ୍ତ୍ରାଳୟ ପାନେଲ୍ ମାର୍ଚ ୨୧ ତାରିଖ ଦିନ ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର କାରଖାନା ପରିଦର୍ଶନ କରିଛି।
Follow Us