‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କଲା ଭାରତ ବାୟୋଟେକ୍‌; ସମ୍ଭବତଃ ଏହା ବିଶ୍ବର ସବୁଠୁ ଶସ୍ତା କୋଭିଡ୍‌-୧୯ ଟିକା ହୋଇପାରେ

‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କଲା ଭାରତ ବାୟୋଟେକ୍‌; ସମ୍ଭବତଃ ଏହା ବିଶ୍ବର ସବୁଠୁ ଶସ୍ତା କୋଭିଡ୍‌-୧୯ ଟିକା ହୋଇପାରେ

Image Courtesy of Zee News

ନୂଆଦିଲ୍ଲୀ: କୋଭିଡ୍‌-୧୯ ଟିକା ‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କଥା ସୋମବାର ଦିନ ଭାରତ ବାୟୋଟେକ୍‌ ଘୋ‌ଷଣା କରିଛି। ଏହା ହେଉଛି ଭାରତରେ କୋଭିଡ୍‌-୧୯ ଟିକାର ସର୍ବବୃହତ୍‌ ପରୀକ୍ଷା।

‘ଆଇସିଏମ୍‌ଆର୍‌’ ସହ ମିଳିତଭାବେ ପରିଚାଳିତ ଏହି ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ଭାରତର ୨୫ଟି କେନ୍ଦ୍ରରେ ୨୬,୦୦୦ ସ୍ବେଚ୍ଛାସେବୀ ସମ୍ପୃକ୍ତ ହେବେ। ୨୦୨୧ ପ୍ରାରମ୍ଭରେ ଏହି ତୃତୀୟ ପର୍ଯ୍ୟାୟ ପରୀକ୍ଷା ସମ୍ପୂର୍ଣ୍ଣ ହୋଇପାରେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଟିକାକୁ ସୁଲଭମୂଲ୍ୟ‌ରେ ଉପଲବ୍ଧ କରାଇବାକୁ ଭାରତ ଉଦ୍ୟମ କରୁଛି। ତେଣୁ, କୋଭାକ୍ସିନ୍ ବିଶ୍ବର ସବୁଠୁ ଶସ୍ତା ମୂଲ୍ୟର କୋଭିଡ୍-୧୯ ଟିକା ହୋଇପାରେ ବୋଲି ଆଶା କରାଯାଉଛି।

publive-image Image Courtesy of India TV News

ସ୍ବେଚ୍ଛାସେବୀମାନେ ୨୮ ଦିନ ବ୍ୟବଧାନରେ ଏହି ଟିକାର ଦୁଇଟି ଡୋଜ୍‌ ନେବେ। ଟିକା ନେଇଥିବା ସ୍ବେଚ୍ଛାସେବୀମାନେ କରୋନାଭାଇରସ୍‌ଦ୍ବାରା ଆକ୍ରାନ୍ତ ହେଉଛନ୍ତି କି, ନାହିଁ ଜାଣିବାକୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଆସନ୍ତା ବର୍ଷ ସାରା ଦୃଷ୍ଟି ରଖାଯିବ।

‘ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍ ମେଡିକାଲ୍‌ ରିସର୍ଚ’ ଓ ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜି’ ଙ୍କ ସହଯୋଗରେ ଭାରତ ବାୟୋଟେକ୍‌ ଏହି ଟିକାକୁ ବିକଶିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe