୨୫ଟି କେନ୍ଦ୍ରରେ ୨୬୦୦୦ ‌ଲୋକଙ୍କ ଶରୀରରେ ତୃତୀୟ ପର୍ଯ୍ୟାୟ ‘କୋଭାକ୍ସିନ୍‌’ ପରୀକ୍ଷା କରିବ ‘ଭାରତ ବାୟୋଟେକ୍’

୨୫ଟି କେନ୍ଦ୍ରରେ ୨୬୦୦୦ ‌ଲୋକଙ୍କ ଶରୀରରେ ତୃତୀୟ ପର୍ଯ୍ୟାୟ ‘କୋଭାକ୍ସିନ୍‌’ ପରୀକ୍ଷା କରିବ ‘ଭାରତ ବାୟୋଟେକ୍’

Image Courtesy of Hindustan Times

ହାଇଦ୍ରାବାଦ: ସମଗ୍ର ଭାରତର ୨୫ଟି କେନ୍ଦ୍ରରେ ‘ଭାରତ ବାୟୋଟେକ୍’ କୋଭିଡ୍‌-୧୯ ଟିକା ‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା କରିବ ଓ ଏଥିରେ ୨୬୦୦୦ ଲୋକ ଅଂଶ ଗ୍ରହଣ କରିବେ।

ସଫଳତାର ସହ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ସମ୍ପନ୍ନ କରିବା ପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ‘ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍ ଇଣ୍ଡିଆ’ (ଡିଜିସିଆଇ) ‘ଭାରତ ବାୟୋଟେକ୍‌’କୁ ଅନୁମତି ପ୍ରଦାନ କରିଛନ୍ତି।

publive-image Image Courtesy of India Today

ଏହାଛଡ଼ା ‘କୋଭାକ୍ସିନ୍‌’ ନିମନ୍ତେ ଆଗ୍ରହୀ ୧୦ରୁ ଅଧିକ ଦେଶମାନଙ୍କ ସହ ‘ଭାରତ ବାୟୋଟେକ୍’ ଆଲୋଚନା କରୁଛି ବୋଲି କମ୍ପାନିର ଅନ୍ୟତମ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର୍‌ ସାଇପ୍ରସାଦ ଶୁକ୍ରବାର ଦିନ ଗଣମାଧ୍ୟମକୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାଗିଦାରୀ ଏବଂ ନୈଦାନିକ ପରୀକ୍ଷା ଓ ଏହି ଟିକାର ପ୍ରଚଳନ ନିମନ୍ତେ ଆମେ କେତେକ ଦେଶମାନଙ୍କ ସହ କଥାବାର୍ତ୍ତା କରୁଛୁ। ଆଉ କେତେକ ଦେଶରେ ସ୍ଥାନୀୟ ଭାବେ ‘କୋଭାକ୍ସିନ୍‌’ ଉତ୍ପାଦନ କରାଇବା ନିମନ୍ତେ ମଧ୍ୟ ବିଚାର ଚାଲିଛି।

ସେହି ଦେଶମାନଙ୍କର ନାଁ କହିବାକୁ ସେ ମନା କଲେ ମଧ୍ୟ ସେଗୁଡ଼ିକ ଦକ୍ଷିଣ ଆମେରିକା, ଏସିଆ ଏବଂ କେନ୍ଦ୍ରୀୟ ଏସିଆ ଓ ପୂର୍ବ ଇଉରୋପରେ ଅବସ୍ଥିତ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe