ଉତ୍ପାଦନ ବଢ଼ାଇଲା ଭାରତ ବାୟୋଟେକ, ବର୍ଷକୁ କୋଭାକ୍ସିନର ୭୦କୋଟି ଡୋଜ ଉତ୍ପାଦନ ହେବ

Advertisment
ଉତ୍ପାଦନ ବଢ଼ାଇଲା ଭାରତ ବାୟୋଟେକ, ବର୍ଷକୁ କୋଭାକ୍ସିନର ୭୦କୋଟି ଡୋଜ ଉତ୍ପାଦନ ହେବ

Republic World

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧୫୦୦କୋଟି ଟଙ୍କାର ଋଣ ଦେବା ପରେ ଏବେ ଭାରତ ବାୟୋଟେକ ଟିକା ଉତ୍ପାଦନ ହାର ବଢ଼ାଇଛି। ଦେଶରେ ଟିକାର ଅଭାବ ଦେଖାଦେଉଥିବା ବେଳେ ଏବେ ବର୍ଷକୁ କୋଭାକ୍ସିନର ୭୦କୋଟି ଡୋଜ ଉତ୍ପାଦନ ହେବ ବୋଲି ଭାରତ ବାୟୋଟେକ କହିଛି। ଭାରତ ବାୟୋଟେକ୍ କହିଛି ଯେ, ଉତ୍ପାଦନ ସ୍କେଲକୁ ବୃଦ୍ଧି କରାଯାଇଛି। ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରେ ଏକାଧିକ ଟିକା ଉତ୍ପାଦନ କେନ୍ଦ୍ରରେ ପର୍ଯ୍ୟାୟକ୍ରମେ ଏହା କରାଯାଉଛି।

ଭାରତ ବାୟୋଟେକ ଆହୁରି ମଧ୍ୟ କହିଛି ଯେ, ଭାରତ ବାୟୋଟେକ୍ ଏକ ସ୍ୱଳ୍ପ ସମୟସୀମା ମଧ୍ୟରେ କୋଭାକ୍ସିନ୍ ଉତ୍ପାଦନ କ୍ଷମତାକୁ ବିସ୍ତାର କରିବାରେ ସକ୍ଷମ, ମୁଖ୍ୟତଃ ନୂତନ ସ୍ବତନ୍ତ୍ର ଡିଜାଇନ୍ ହୋଇଥିବା ବିଏସଏଲ-୩ ସୁବିଧା ଉପଲବ୍ଧତା ହେତୁ ଟିକା ଉତ୍ପାଦନ ସହଜ ହୋଇଛି।

publive-image indiatoday

ଉଲ୍ଲେଖଯୋଗ୍ୟ, ଭାରତ ବାହାରେ ଥିବା ଅନେକ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ କୋଭାକ୍ସିନକୁ ଅନୁମତି ମିଳିସାରିଛି।  ନିକଟ ଭବିଷ୍ୟତରେ ଏହା ୬୦ରୁ ଅଧିକ ଦେଶକୁ ପ୍ରବେଶ କରିବାକୁ ଆଶା କରୁଛି। କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ପୂର୍ବରୁ ଅନୁମତି ଦେଇଥିବା ଦେଶଗୁଡିକ ମଧ୍ୟରେ ମେକ୍ସିକୋ, ଫିଲିପାଇନ୍ସ ଏବଂ ଇରାନ ଅନ୍ତର୍ଭୁକ୍ତ ହୋଇଥିବାବେଳେ ଆମେରିକା ଏବଂ କିଛି ୟୁରୋପୀୟ ଦେଶରେ କୋଭାକ୍ସିନ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe