ମହଙ୍ଗା ହେବ ‘ଭାରତ’ ବ୍ରାଣ୍ଡର ଅଟା, ଡାଲି ଓ ଚାଉଳ

ଲୋକମାନଙ୍କୁ ଦରଦାମ ବୋଝ ଲାଘବ କରିବା ପାଇଁ କେନ୍ଦ୍ର ସରକାର ‘ଭାରତ’ ବ୍ରାଣ୍ଡର ବିଭିନ୍ନ ଖାଦ୍ଯ ସାମଗ୍ରୀ ବିକ୍ରି କରୁଛନ୍ତି । କିନ୍ତୁ ଏବେ ଏହି ବ୍ରାଣ୍ଡର ସାମଗ୍ରୀ ବି ମହଙ୍ଗା ହେବାକୁ ଯାଉଛି । ଏହା ଫଳରେ ପର୍ବପର୍ବାଣୀ ଋତୁରେ ଏବେ ଲୋକଙ୍କ ରୋଷେଇ ଘରର ବଜେଟ୍ ମଧ୍ୟ ବଢ଼ିବାକୁ ଯାଉଛି ।

bharat

ନୂଆଦିଲ୍ଲୀ: ଲୋକମାନଙ୍କୁ ଦରଦାମ ବୋଝ ଲାଘବ କରିବା ପାଇଁ କେନ୍ଦ୍ର ସରକାର ‘ଭାରତ’ ବ୍ରାଣ୍ଡର ବିଭିନ୍ନ ଖାଦ୍ଯ ସାମଗ୍ରୀ ବିକ୍ରି କରୁଛନ୍ତି । କିନ୍ତୁ ଏବେ ଏହି ବ୍ରାଣ୍ଡର ସାମଗ୍ରୀ ବି ମହଙ୍ଗା ହେବାକୁ ଯାଉଛି । ଏହା ଫଳରେ ପର୍ବପର୍ବାଣୀ ଋତୁରେ ଏବେ ଲୋକଙ୍କ ରୋଷେଇ ଘରର ବଜେଟ୍ ମଧ୍ୟ ବଢ଼ିବାକୁ ଯାଉଛି । ସରକାରଙ୍କ ମନ୍ତ୍ରୀସ୍ତରୀୟ ପ୍ୟାନେଲ୍ ଏହାର ମୂଲ୍ୟ ବୃଦ୍ଧି କରିବାକୁ ଆଲୋଚନା କରିଛି ଏବଂ ଏବେ ଏହାକୁ ଖୁବଶୀଘ୍ର ବର୍ଦ୍ଧିତ ମୂଲ୍ୟରେ ବିକ୍ରି କରାଯିବ। ଭାରତ ବ୍ରାଣ୍ଡର ଅଟା, ଚାଉଳ, ଡାଲି ସବୁ ଅଧିକ ଦରରେ ବିକ୍ରି ହେବ । ସପ୍ତାହକ ମଧ୍ୟରେ ଏହାର ବିକ୍ରି ଆରମ୍ଭ ହେବ। ତେବେ ଏଥିପାଇଁ ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୧୦ କେଜି ଅଟା ଦର ୨୭୫ ଟଙ୍କାରୁ ୩୦୦ ଟଙ୍କାକୁ, ୧୦ କେଜି ଚାଉଳ ଦର ୨୯୫ ଟଙ୍କାରୁ ୩୨୦ ଟଙ୍କାକୁ ଓ ୧ କେଜି ଗ୍ରାମ ଡାଲି ଦର କିଲୋ ପିଛା ୬୦ ଟଙ୍କାରୁ ୭୦ ଟଙ୍କାକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ହିନ୍ଦୁ ବିଜନେସ୍ ଲାଇନ୍ ର ଖବର ଅନୁଯାୟୀ, ଭାରତ ଡାଲି (ମୁଗ) କିଲୋ ପିଛା ୧୦୭ ଟଙ୍କା ଦର ରଖାଯାଇପାରେ । ସେହିପରି ମସୁର ଡାଲି ଦର ବି ବଢିବାର ସମ୍ଭାବନା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe