‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେଇ କର୍ଣ୍ଣାଟକର ମାଣ୍ଡ୍ୟାରେ ରାହୁଲ୍‌ଙ୍କ ସଙ୍ଗରେ ଚାଲିଲେ ସୋନିଆ ଗାନ୍ଧୀ

Advertisment
‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେଇ କର୍ଣ୍ଣାଟକର ମାଣ୍ଡ୍ୟାରେ ରାହୁଲ୍‌ଙ୍କ ସଙ୍ଗରେ ଚାଲିଲେ ସୋନିଆ ଗାନ୍ଧୀ

Image Courtesy of India Today

ନୂଆଦିଲ୍ଲୀ: ‘ଭାରତ ଯୋଡ଼ୋ ଯାତ୍ରା’ରେ ସାମିଲ ହୋଇ ଆଜି କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ପୁଅ ରାହୁଲ୍‌ ଗାନ୍ଧୀଙ୍କ ସାଙ୍ଗରେ ବାଟ ଚାଲୁଛନ୍ତି।

ଜାକାନ୍ନାହାଲିରେ ପହଞ୍ଚିବା ପରେ ସୋନିଆ ଗାନ୍ଧୀ ଆଜି ସକାଳ ୬.୩୦ରେ ପାଣ୍ଡବପୁରରୁ ପୁଣି ଆରମ୍ଭ ହୋଇଥିବା ପଦଯାତ୍ରାରେ ଯୋଗ ଦେଇଥି‌ଲେ। ସନ୍ଧ୍ୟା ୭ଟା ସୁଦ୍ଧା ନାଗମଙ୍ଗଳାରେ ଆଜିର ପଦଯାତ୍ରା ଶେଷ ହେବ।

ସୋନିଆ ଗାନ୍ଧୀଙ୍କ ସହିତ ଆଜିର ପଦଯାତ୍ରାରେ ସ୍ଥାନୀୟ ମହିଳା ବିଧାୟକ ଅଞ୍ଜଳି ନିମ୍ବାଲ୍‌କର, ରୂପକଳା ଓ ଲକ୍ଷ୍ମୀ ହେବ୍ବାଲ୍‌କର୍‌ ଯୋଗ ଦେଇଛନ୍ତି।

publive-image Image Courtesy of India Today

ପଦଯାତ୍ରା ପରେ ବ୍ରହ୍ମଦେବରାହାଲ୍ଲି ଗାଁରେ ସଭା ହେବ। ନାଗାମଙ୍ଗଳ ତାଲୁକରେ ଥିବା ସରକାରୀ ଆୟୁର୍ବେଦୀୟ ଡାକ୍ତରଖାନା ସମ୍ମୁଖରେ ଥିବା ମଡ଼ାକେ ହୋସୁରୁ ଫାଟକରେ ଦଳୀୟ ନେତାମ‌ାନେ ଏକତ୍ର ହେବେ।

ସ୍ବାସ୍ଥ୍ୟ ପରୀକ୍ଷା ଲାଗି ବିଦେଶରେ ଥିବା ଦଳର ମୁଖ୍ୟ ସୋନିଆ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ ଭାଗ ନେବା ପାଇଁ ସୋମବାର ଦିନ କର୍ଣ୍ଣାଟକରେ ପହଞ୍ଚିଥିଲେ। ବିମାନ ଯୋଗେ କୂର୍ଗ ଅନ୍ତର୍ଗତ ମାଡ଼ିକେରିକୁ ଯାଇ ସୋନିଆ ଏକ ଘରୋଇ ରିସର୍ଟରେ ଅବସ୍ଥାନ କରିଥିଲେ।

ଏଣେ, ମହୀଶୂର ଅଭିଯାନ ଶେଷ କରି ରାହୁଲ୍‌ ଗାନ୍ଧୀ ମାଆଙ୍କୁ ଭେଟିବା ପାଇଁ ବିମାନ ଯୋଗେ ମାଡ଼ିକେରି ଯାଇ କୂର୍ଗରେ ଦୁଇ ଦିନ ବିତାଇ ଥିଲେ। ବୁଧବାର ଦିନ ମାଆ ଓ ପୁଅ କାବିନି ସଂରକ୍ଷିତ ଅରଣ୍ୟ କାଡ଼େଗାଡ୍ଡେ ଯାଇଥିଲେ। ସେମାନେ କଳାପାଣି ଅରଣ୍ୟ ସଫାରି ବି କରିଥିଲେ।  ସେମାନଙ୍କ ସାଙ୍ଗରେ ଯାଇଥିଲେ ସ୍ଥାନୀୟ ବିଧାୟକ ଅନୀଲ ଚିକ୍କାମାଡୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe