ନୂଆଦିଲ୍ଲୀ: ଦେଶର ଦୁଇ ଅଗ୍ରଣୀ ଫିନଟେକ୍ କମ୍ପାନି ଭାରତପେ' ଓ ଫୋନପେ' ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ହୋଇଛି। 'ପେ' ବ୍ୟବହାରକୁ ନେଇ ଏହି ଦୁଇ କମ୍ପାନୀ ମଧ୍ୟରେ ଆଇନଗତ ବିବାଦ ଲାଗି ରହିଥିଲା। ଏବେ ସହମତି କ୍ରମେ ସେମାନେ ବିବାଦର ଅନ୍ତ ଘଟାଇ ବ୍ୟବସାୟ ଉପରେ ଅଧିକ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାରେ ଉଭୟ କମ୍ପାନୀ ଚାଲିଥିବା ମାମଲା ପ୍ରତ୍ୟାହାର କରିବେ।
ଭାରତପେ' ଓ ଫୋନପେ' ରବିବାର କହିଛନ୍ତି ଯେ ସେମାନଙ୍କ ମଧ୍ୟରେ ଟ୍ରେଡମାର୍କ ବିବାଦର ଅନ୍ତ ଘଟିଛି। ଉଭୟ କଂପାନି ଆଉ 'ପେ'ର ବ୍ୟବହାରକୁ ନେଇ ବିବାଦ କରିବାକୁ ଚାହୁଁନାହାନ୍ତି। ଗତ ୫ ବର୍ଷ ହେଲା ଏହି ଫିନଟେକ୍ କମ୍ପାନିଗୁଡ଼ିକର ବିବାଦ ଏହି ପ୍ରସଙ୍ଗକୁ ନେଇ ଅନେକ ଅଦାଲତରେ ଚାଲିଥିଲା। ଏବେ ଉଭୟ କଂପାନି ଏହି ଆଇନଗତ ଗଣ୍ଡଗୋଳରୁ ମୁକ୍ତି ପାଇବେ। ଏହି ଚୁକ୍ତିକୁ ନେଇ ଉଭୟ କଂପାନି ନିଜ ନିଜ ବିବୃତିରେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଏହାପରେ ଦିଲ୍ଲୀ ହାଇକୋର୍ଟ ଓ ବମ୍ବେ ହାଇକୋର୍ଟରେ ଚାଲିଥିବା ମାମଲାଗୁଡ଼ିକର ମଧ୍ୟ ଖୁବଶୀଘ୍ର ଶେଷ କରିବା ପାଇଁ ପଦକ୍ଷେପ ନିଆଯିବ।
ଏହି ନିଷ୍ପତ୍ତିକୁ ସ୍ୱାଗତ କରି ଭାରତପେ ବୋର୍ଡ ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି ଯେ ଏହା ଶିଳ୍ପ ପାଇଁ ଖୁସି ଖବର। ଉଭୟ କଂପାନିର ମ୍ୟାନେଜମେଣ୍ଟ ଏ କ୍ଷେତ୍ରରେ ପରିପକ୍ୱତା ଦେଖାଇଛନ୍ତି।
Follow Us