ନାମରେ ବ୍ୟବହାର କରିହେବନି ଭାରତ ରତ୍ନ ,ପଦ୍ମ ସମ୍ମାନ

ନାମରେ ବ୍ୟବହାର କରିହେବନି ଭାରତ ରତ୍ନ ,ପଦ୍ମ ସମ୍ମାନ

India Today

ନୂଆଦିଲ୍ଲୀ : ଭାରତ ରତ୍ନ ଏବଂ ପଦ୍ମ ସମ୍ମାନ ଏକ ସମ୍ମାନ। ତେଣୁ ଏହାକୁ ନାମର ପୂର୍ବରୁ କିମ୍ବା ପରେ ବ୍ୟବହାର କରି‌ହେବନି। ଯଦି ଏହାର ଅପବ୍ୟବହାର କରାଯାଏ ତେବେ ଏହା ପ୍ରତ୍ୟାହାର କରାଯିବ ବୋଲି ସରକାର କହିଛନ୍ତି।

ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ହଂସରାଜ ଗଙ୍ଗାରାମ ଆହିର କହିଥିଲେ ଜାତୀୟ ପୁରସ୍କାର ତଥା ଭାରତ ରତ୍ନ, ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ସମ୍ମାନ ସମ୍ବିଧାନର ଧାରା ୧୮ (୧) ଅଧୀନ ଟାଇଟେଲ୍‌ରେ ଆସୁନାହିଁ। ତେଣୁ ଯେକୌଣସି ଉପାୟରେ ଏହାକୁ ନାମର ପୂର୍ବରୁ କିମ୍ବା ପରେ ବ୍ୟବହାର କରିହେବନି। ଯଦି କୌଣସି କ୍ଷେତ୍ରରେ ଏହି ଜାତୀୟ ପୁରସ୍କାରର ଅପବ୍ୟବହାର କରାଯାଇଥାଏ ତେବେ ଏହା ପ୍ରତ୍ୟାହାର କରାଯିବ। ଉପରୋକ୍ତ ଉପାଧି ସୃଷ୍ଟି ସଂକ୍ରାନ୍ତ ୧୦ ନମ୍ବର ଧାରାରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ସମ୍ମାନର ଅପବ୍ୟବହାର କରାଗଲେ ରାଷ୍ଟ୍ରପତି ଏହାକୁ ବାତିଲ ଏବଂ ପ୍ରତ୍ୟାହାର କରିପାରିବେ। ଏହାଦ୍ବାରା ତାଲିକାରୁ ତାଙ୍କ ନାମକୁ ହଟାଇ ଦିଆଯିବ ଏବଂ ସମ୍ପୃକ୍ତ ସମ୍ମାନର ଅଧିକାରୀ ହୋଇଥିବା ବ୍ୟକ୍ତି ଜଣଙ୍କ ତାଙ୍କୁ ମିଳିଥିବା ସମ୍ମାନକୁ ଫେରାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe