ଆସନ୍ତା ୬ ତାରିଖରେ ହେବାକୁ ଥିବା ‘ଚକ ଜାମ୍’ରେ ସାମିଲ୍‌ ହେବ ନାହିଁ ଭାରତୀୟ କିଷାନ ସଂଘ

Advertisment
ଆସନ୍ତା ୬ ତାରିଖରେ ହେବାକୁ ଥିବା ‘ଚକ ଜାମ୍’ରେ ସାମିଲ୍‌ ହେବ ନାହିଁ ଭାରତୀୟ କିଷାନ ସଂଘ

ନୂଆଦିଲ୍ଳୀ: କେନ୍ଦ୍ରର ତିନୋଟି ବିବାଦୀୟ କୃଷି ଆଇନ୍‌ ବିରୋଧରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆସନ୍ତା ୬ ତାରିଖରେ ହେବାକୁ ଥିବା ‘ଚକ ଜାମ୍’ ଡାକରାରେ ସାମିଲ୍‌ ହେବ ନାହିଁ ଭାରତୀୟ କିଷାନ ସଂଘ(ବିକେଏସ୍‌)। ପ୍ରଥମେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ନୂତନ କୃଷି ଆଇନ୍‌କୁ ବିରୋଧ କରି ଦେଶବ୍ୟାପୀ ‘ଚକ ଜାମ୍’ ହେବ ବୋଲି କୁହାଯାଇଥିଲା। ମାତ୍ର ପରେ ନିଷ୍ପତ୍ତି ନଆଯାଇଛି କି ଫେବ୍ରୁଆରି ୬ ତାରିଖରେ ସଟ୍‌ଡାଉନ୍‌ ହେବ ନାହିଁ କେବଳ ‘ଚକା ଜାମ’ କାର୍ଯ୍ୟକ୍ରମ ହେବ। ଚାଷୀମାନଙ୍କର ଏହି ନିଷ୍ପତ୍ତିକୁ କୋଣଅନୁକୋଣରୁ ସମର୍ଥନ ମିଳିଥିବା ବେଳେ ବିକେଏସ୍ କିନ୍ତୁ ଏହା ବିପକ୍ଷରେ ମତ ରଖିଛି।

publive-image zeenews.india.com

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଭାରତୀୟ କିଷାନ ସଂଘ(ବିକେୟୁ)ର ଜାତୀୟ ମୁଖପାତ୍ର ରାକେଶ ଟିକାୟତ ନୂତନ କୃଷି ଆଇନ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ୩ ନୂଆ କୃଷି ଆଇନ୍‌ ଯଦି ରଦ୍ଦ ନହୁଏ ‌ତେବେ ଆପଣଙ୍କର କ୍ଷମତାରେ ରହିବା ମୁସ୍‌କିଲ୍‌ ହୋଇଯିବ ବୋଲି ସେ ଧମକ ଦେଇ କହିଛନ୍ତି।

publive-image zeenews.india.com

ବୁଧବାର ଦିନ କାଣ୍ଡେଲା ଗ୍ରାମରେ କୃଷକମାନଙ୍କ 'ମହାପଞ୍ଚାୟତ'କୁ ସମ୍ବୋଧିତ କରି ଟିକାୟତ ସରକାରଙ୍କୁ ନୂଆ କୃଷି ଆଇନ୍ ପ୍ରତ୍ୟାହାର କରିବାକୁ କହିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଏହିଭଳି ଭାବେ କିଛି ଦିନ ଆନ୍ଦୋଳନ ଚାଲୁ ରହେ ତେବେ ସେ ତାଙ୍କ ଗାଦି(କ୍ଷମତା) ହରାଇ ପାରନ୍ତି। ସେ ଆହୁରି କି କହିଛନ୍ତି ଯ ଏ ପର୍ଯ୍ୟନ୍ତ ଚାଷୀମାନେ କେବଳ ନୂଆ କୃଷି ଆଇନ୍‌ର ପ୍ରତ୍ୟାହାର ଚାହାନ୍ତି। ଯେତେବେଳେ ସେମାନେ ସରକାରଙ୍କୁ ‘କ୍ଷମତା ଫେରାଓ’ ବୋଲି ମାଗିବେ ସେତେବେଳେ ସରକାର କ’ଣ କହିବେ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe