୧୮ବର୍ଷର ହେବା ପରେ ମ୍ୟାକଡୋନାଲ୍ଡରେ ମୋ ପୁଅ କାମ କରିବ; କାହିଁକି ଏଭଳି କହିଲେ ଭାରତୀ

Advertisment
୧୮ବର୍ଷର ହେବା ପରେ ମ୍ୟାକଡୋନାଲ୍ଡରେ ମୋ ପୁଅ କାମ କରିବ; କାହିଁକି ଏଭଳି କହିଲେ ଭାରତୀ

bollywoodshaadis

ମୁମ୍ବାଇ: ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଗତ ଏପ୍ରିଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପ୍ରତ୍ୟେକ ପିତାମାତାଙ୍କ ପରି ଭାରତୀ ଏବଂ ହର୍ଷ ମଧ୍ୟ ନିଜ ପୁଅ ପାଇଁ ଅନେକ ଯୋଜନା କରିଛନ୍ତି। ବର୍ତ୍ତମାନ ଭାରତୀ କହିଛନ୍ତି ଯେ, ମୋ ପୁଅ ୧୬ କିମ୍ବା ୧୮ବର୍ଷ ବୟସରେ କାମ ଆରମ୍ଭ କରୁ ବୋଲି ମୁଁ ଚାହେଁ। ମୋ ପୁଅ ଅଧ୍ୟୟନ ସହିତ କାମ ଆରମ୍ଭ କରୁ ବୋଲି ମୁଁ ଚାହୁଁଛି। ଯଦି ମୋର ଆଗକୁ ଝିଅ ହୁଏ, ତେବେ ତା’ ପାଇଁ ମଧ୍ୟ ହର୍ଷ ଆଉ ମୁଁ ଅନେକ ଯୋଜନା କରିଛୁ।

ଭାରତୀ ଇନଷ୍ଟାଗ୍ରାମ ଲାଇଭରେ ଅଭିନେତ୍ରୀ ନେହା ଧୁପିଆଙ୍କ ସହ କଥା ହେଉଥିବା ବେଳେ ନିଜର ଏହି ଇଚ୍ଛା ବିଷୟରେ ଜଣାଇଥିଲେ। ପୁଅ ଜନ୍ମ ପରେ କାମ କରିବା କେତେ କଷ୍ଟ ବୋଲି ପଚରାଯିବାରୁ ଭାରତୀ କହିଥିଲେ ଯେ, ଉଭୟ ହର୍ଷ ଏବଂ ମୁଁ ପୂର୍ବ ଅପେକ୍ଷା କମ କାମ କରୁଛୁ। ବର୍ତ୍ତମାନ ଏକ ନୂତନ ପ୍ରୋଜେକ୍ଟ ନେବା ପୂର୍ବରୁ ଆମେ ବହୁତ ଭାବୁଛୁ। ମୁଁ ଭାବୁଛି କିଛି ବର୍ଷ ପାଇଁ ଆମେ ଆମ ପୁଅର ସମସ୍ତ ଆବଶ୍ୟକତା ପୂରଣ କରିବୁ। କିନ୍ତୁ କିଛି ବର୍ଷ ପରେ ସେ ନିଜର ଖର୍ଚ୍ଚ ବହନ କରିବା ଉଚିତ୍। ଆମେରିକାରେ ‌ଯେମିତି ପିଲାମାନେ ସ୍କୁଲ ଯାଇ ପାର୍ଟ ଟାଇମ୍ କାମ କରନ୍ତି। ମୋ ପୁଅ ମଧ୍ୟ ସେହି ବାଟ ଆପଣାଉ ବୋଲି ମୁଁ ଚାହେଁ। ମୋ ହିସାବରେ ୧୬-୧୮ ବର୍ଷ ହେବା ପରେ ପିତାମାତାଙ୍କଠାରୁ ପିଲାମାନେ ଆର୍ଥିକ ସାହାଯ୍ୟ ନେବା ଉଚିତ୍ ନୁହେଁ। ମୁଁ ଚାହେଁ ମୋ ପୁଅ ଅଧ୍ୟୟନ ସହିତ ମ୍ୟାକଡୋନାଲ୍ଡରେ କାମ କରିବା ଉଚିତ୍। ଯଦି ମୋର ଆଗକୁ ଝିଅ ହେବ, ତେବେ ସେ ସେଲୁନରେ କାମ କରି ନିଜର ଖର୍ଚ୍ଚ ବହନ କରୁ ବୋଲି ମୁଁ ଚାହିଁବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe