ଖଣିଜ ପଦାର୍ଥର ରୟାଲିଟି ବୃଦ୍ଧି ପାଇଁ ଭର୍ତ୍ତୃହରିଙ୍କ ଦାବି

Advertisment
ସାଂସଦ ଭର୍ତ୍ତୃହରି ମହତାବ ରାମ‌ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି

Indian Express

ନୂଆଦିଲ୍ଲୀ : ଖଣିଜ ପଦାର୍ଥଗୁଡ଼ିକର ରୟାଲିଟି ବୃଦ୍ଧି କରିବାକୁ ଆଜି ଲୋକସଭାର ଶୂନ୍ୟକାଳରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ।

ସାଂସଦ ଶ୍ରୀ ମହତାବ କହିଥିଲେ, ଦେଶର ଅଧା ଲୁହାପଥର ଉତ୍ପାଦନ ଓଡ଼ିଶାରେ ହେଉଥିବାବେଳେ କ୍ରୋମାଇଟ୍, ବକ୍ସାଇଟ୍, ଲାଇମ୍‌ଷ୍ଟୋନ୍ ଓ ମାଙ୍ଗାନିଜ ପର୍ଯ୍ୟାପ୍ତ ମାତ୍ରାରେ ଉତ୍ପାଦନ କରାଯାଉଛି। ୨୦୧୪ ମସିହା ସେପ୍ଟେମ୍ବରରେ କେନ୍ଦ୍ର ସରକାର ଖଣିଜ ପଦାର୍ଥଗୁଡ଼ିକର ରୟାଲଟି ବୃଦ୍ଧି କରିଥିଲେ। ତା’ପରଠାରୁ କୌଣସି ରୟାଲିଟି ସଂଶୋଧନ କରାଯାଇନାହିଁ। ନିୟମ ଅନୁସାରେ ପ୍ରତ୍ୟେକ ତିନି ବର୍ଷରେ ଥରେ ରୟାଲିଟି ସଂଶୋଧନ କରାଯିବାର ବ୍ୟବସ୍ଥା ରହିଛି। ରୟାଲଟି ସଂଶୋଧନ କରା ନଯିବାରୁ ଓଡ଼ିଶା ତାହାର ନାଯ୍ୟ ରାଜସ୍ୱ ପାଇବାରୁ ବଞ୍ଚିତ ହୋଇଛି ବୋଲି ସେ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe