ସରପଞ୍ଚମାନଙ୍କ ଦାବି;ଏଣିକି ଯୁବକ/ଯୁବତୀମାନେ ନିଜ ଗାଁରେ କରିପାରିବେ ନାହିଁ ବିବାହ

Advertisment

ପଞ୍ଜାବର ଅନେକ ଗାଁରେ ଯୁବକ/ଯୁବତୀମାନେ ନିଜ ଗାଁରେ ବିବାହ, ପ୍ରେମ ବିବାହ କରୁଥିବାର ଧାରା ବୃଦ୍ଧି ପାଉଛି। ଗାଁର ପଞ୍ଚାୟତଗୁଡ଼ିକ ଏଭଳି ବିବାହ ଉପରେ ଅଙ୍କୁଶ ଲଗାଛନ୍ତି।

ପଞ୍ଜାବର ଅନେକ ଗାଁରେ ଯୁବକ/ଯୁବତୀମାନେ ନିଜ ଗାଁରେ ବିବାହ, ପ୍ରେମ ବିବାହ କରୁଥିବାର ଧାରା ବୃଦ୍ଧି ପାଉଛି। ଗାଁର ପଞ୍ଚାୟତଗୁଡ଼ିକ ଏଭଳି ବିବାହ ଉପରେ ଅଙ୍କୁଶ ଲଗାଛନ୍ତି।

New Project (1)

ନୂ୍ଆଦିଲ୍ଳୀ: ପଞ୍ଜାବର ଅନେକ ଗାଁରେ ଯୁବକ/ଯୁବତୀମାନେ ନିଜ ଗାଁରେ ବିବାହ କରୁଥିବାର ଧାରା ବୃଦ୍ଧି ପାଉଛି। ଗାଁର ପଞ୍ଚାୟତଗୁଡ଼ିକ ଏଭଳି ବିବାହ ଉପରେ ଅଙ୍କୁଶ ଲଗାଛନ୍ତି।

ଏହି ଘଟଣା ସାମ୍ବିଧାନିକ ଭାବରେ ବୈଧ ହୋଇ ନଥିବା ବେଳେ ଏମିତି ନିୟମ ଲାଗୁ କରିବା ନେଇ ପଞ୍ଚାୟତଗୁଡ଼ିକର  ଅଧିକାର ନାହିଁ। କୌଣସି ପଞ୍ଚାୟତ ଯୁବକ/ଯୁବତୀଙ୍କୁ ନିଜ ଗାଁରେ ବିବାହ କରିବାରୁ ରୋକିପାରିବ ନାହିଁ। କିନ୍ତୁ ସାମାଜିକ ଦୃଷ୍ଟିକୋଣରୁ ପଞ୍ଚାୟତଗୁଡ଼ିକ ଏପରି ନିଷ୍ପତ୍ତିକୁ ଉପଯୁକ୍ତ ବୋଲି ବିବେଚନା କରୁଛନ୍ତି।

ପୂର୍ବରୁ ଗାଁର ଝିଅମାନଙ୍କୁ ସମସ୍ତେ ନିଜର ଝିଅ ବୋଲି ମାନୁଥିଲେ। ଝିଅମାନଙ୍କର ଯେଉଁ ଯୁବକଙ୍କ ସହିତ ବିବାହ ହେଉଥିଲା ସମଗ୍ର ଗାଁ ତାଙ୍କୁ ଜ୍ୱାଇଁ ବୋଲି ସମ୍ମାନ ଦେଉଥିଲେ। କିଛିବର୍ଷ ହେବ ଯୁବକମାନେ ନିଜ ଗାଁର ଝିଅଙ୍କୁ ବିବାହ କରୁଛନ୍ତି। ଏହି ଘଟଣା ଗୋଟିଏ ନୁହେଁ ଏମିତି ବିବାହ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। 

ସୂଚନାଯୋଗ୍ୟ, ବଠିଣ୍ଡା ଜିଲ୍ଲାର କୋଟ ଶମିର ଗ୍ରାମ, ଫରିଦକୋଟର ଗ୍ରାମ ସିରସଡ଼ି ଏବଂ ଅନୋଖପୁରା ତଥା ମାନସା ଜିଲ୍ଲାର ସୈଦେୱାଲା ଗ୍ରାମ ପଞ୍ଚାୟତ ବୈଠକରେ ଏକ ପ୍ରସ୍ତାବ ପାସ୍ ହୋଇଛି। ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି କି କୌଣସି ଯୁବକ/ଯୁବତୀ ନିଜ ଗାଁରେ ବିବାହ, ପ୍ରେମ ବିବାହ କରି ପାରିବେ ନାହିଁ। ଯିଏ ଏହି ନିୟମ ଭଙ୍ଗ କରିବେ ତାଙ୍କୁ ସାମୂହିକ ଭାବରେ ବର୍ଜନ କରାଯିବ।

ଫରିଦକୋଟ ଜିଲ୍ଲାର କୋଟକାପୁରା ବିଧାନସଭା ନିର୍ବାଚନମଣ୍ଡଳୀର ସିରସଡ଼ି ଗାଁର ସରପଞ୍ଚ ଜ୍ଞାନ କୌର ଏବଂ ଅନୋଖପୁରା ଗାଁର ସରପଞ୍ଚ ବଲଜିତ ସିଂହ କହିଛନ୍ତି, ‘ ନିଜ ଗାଁରେ ବିବାହ କରିବା ଦ୍ୱାରା ସାମାଜିକ ମୂଲ୍ୟବୋଧ ଦୁର୍ବଳ ହେଉଛି, ଯେଉଁ କାରଣରୁ ଅନର କିଲିଂ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

କେବଳ ଏତିକି ନୁହେଁ, ନିଜ ଗାଁରେ ବିବାହ କରିବାର ଅନେକ ଅସୁବିଧା ଅଛି। ଏହା ଜେନେଟିକ୍ ସମସ୍ୟା ବୃଦ୍ଧି କରିପାରେ ଏବଂ ନିକଟତର ହେବା ଯୋଗୁଁ ପରସ୍ପରର ଘରେ ହସ୍ତକ୍ଷେପ ମଧ୍ୟ ବୃଦ୍ଧି ପାଇବ, ଯାହା ସମ୍ପର୍କ ତିକ୍ତ ହେବାର ସମ୍ଭାବନା ବଢ଼ାଇଥାଏ। ଯେପରି ଆମେ ଗୋଟିଏ ପରିବାର ମଧ୍ୟରେ ବିବାହ କରୁନାହୁଁ, ସେହିପରି ଗାଁ ମଧ୍ୟ ଏକ ବଡ଼ ପରିବାର। ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ପାଇଁ ଗୋଟିଏ ଗାଁରେ ବିବାହ କରିବା ଠିକ୍ ନୁହେଁ।

ସରପଞ୍ଚମାନେ ପଞ୍ଜାବ ସରକାରଙ୍କୁ ଏହି ପ୍ରସ୍ତାବକୁ ସାରା ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି ଏବଂ ପଞ୍ଜାବ ବିଧାନସଭାରେ ଏହି ପ୍ରସଙ୍ଗ ଉପରେ ବିଚାର କରିବାକୁ ମଧ୍ୟ ଆବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe