ଭବାନୀପୁର ଉପନିର୍ବାଚନ: ଭବାନୀପୁର ଉପନିର୍ବାଚନ ପ୍ରଚାର ଶେଷ ଦିନରେ ଜୋରଦାର ହିଂସା

Advertisment

ଦିଲୀପ ଘୋଷଙ୍କ ଉପରେ ଆକ୍ରମଣ, ନିର୍ବାଚନ ସ୍ଥଗିତ ରଖିବାକୁ ଦାବି

ଦିଲୀପ ଘୋଷଙ୍କ ଉପରେ ଆକ୍ରମଣ, ନିର୍ବାଚନ ସ୍ଥଗିତ ରଖିବାକୁ ଦାବି

ଭବାନୀପୁର ଉପନିର୍ବାଚନ: ଭବାନୀପୁର ଉପନିର୍ବାଚନ ପ୍ରଚାର ଶେଷ ଦିନରେ ଜୋରଦାର ହିଂସା

Social News XYZ

କୋଲକାତା: ପଶ୍ଚିମବଙ୍ଗର ହାଇ ପ୍ରୋଫାଇଲ ଭବାନୀପୁର ବିଧାନସଭା ଆସନରେ ଆଗାମୀ ୩୦ ତାରିଖରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନରେ ଶାସକ ତୃଣମୂଳ କଂଗ୍ରେସ ଏବଂ ବିରୋଧୀ ବିଜେପି ଶକ୍ତି ପ୍ରଦର୍ଶନ କରିଛନ୍ତି। ଆଜି ପ୍ରଚାର ସମୟରେ ଉଭୟ ଦଳର କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଛି। ବିଜେପି କେନ୍ଦ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷ ଅନ୍ୟ ନେତାମାନଙ୍କ ସହ ଭବାନୀପୁରରେ ପ୍ରଚାର ଆରମ୍ଭ କରିବା ମାତ୍ରେ ତାଙ୍କ ଉପରେ ତୃଣମୂଳ ସମର୍ଥକମାନେ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନଙ୍କୁ ଘଉଡ଼ାଇବା ପାଇଁ ଦିଲୀପଙ୍କ ସୁରକ୍ଷାକର୍ମୀମାନେ ଫାଙ୍କା ଗୁଳି ଚଳାଇବା ପାଇଁ ବାଧ୍ୟ ହୋଇଥିଲେ। ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହେବା ପରେ ସାଧାରଣ ଲୋକ ବିଚଳିତ ହୋଇ ପଡ଼ିଛନ୍ତି। ଆକ୍ରମଣ ପରେ ଦିଲୀପ ତାଙ୍କ ପ୍ରଚାର କାର୍ଯ୍ୟକୁ କାଟଛାଣ୍ଟ କରି ଦେଇଥିଲେ। ଉପନିର୍ବାଚନ ସ୍ଥଗିତ ରଖିବା ପାଇଁ ସେ ନିର୍ବାଚନ କମିସନଙ୍କ ନିକଟରେ ଦାବି କରିଛନ୍ତି।

ଦିଲୀପ କହିଛନ୍ତି, ତୃଣମୂଳ କଂଗ୍ରେସର ଗୁଣ୍ଡାମା‌ନେ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ଯୋଜନା କରିଥିଲେ। ତୃଣମୂଳ ବଙ୍ଗଳାର ଭାବମୂର୍ତ୍ତିକୁ ଆତଙ୍କବାଦରେ ପରିଣତ କରିଦେଇଛି। ଯେଉଁଠି ଜନପ୍ରତିନିଧିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇପାରେ ସେଠାରେ ସାଧାରଣ ନାଗରିକ କିଭଳି ସୁରକ୍ଷିତ ଥିବେ ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଉପନିର୍ବାଚନରେ ଲଢ଼େଇ ଜୋରଦାର ହେବ। ଏ ନେଇ ତୃଣମୂଳ ଡରି ଯାଇଛି। ସେଥିପାଇଁ ଗୁଣ୍ଡାଗର୍ଦ୍ଦି, ମାରଧର କରୁଛନ୍ତି। ଦିଲୀପ କହିଛନ୍ତି, ତୃଣମୂଳ ନେତାମାନେ ବିଜେପିର ଜମାନତ ଜବତ ହେବ ବୋଲି କହୁଥିଲେ। ଆଜି ମମତା ବାନାର୍ଜୀଙ୍କ ପୂରା ମନ୍ତ୍ରିମଣ୍ଡଳ ଭବାନୀପୁରର ବିଭିନ୍ନ ରାସ୍ତାରେ ଡେରା ପକାଇଛନ୍ତି। ବିଜେପି ପ୍ରତିଦ୍ବନ୍ଦ୍ବିତା କରୁଛି। ସେଥିପାଇଁ ଘରକୁ ଘର ବୁଲି ଅତ୍ୟାଚାର, ହିଂସା ଏବଂ ଏକଛତ୍ର ଶାସନ ବିରୋଧରେ ଲୋକଙ୍କୁ ଭୋଟ୍‌ ଭିକ୍ଷା କରୁଛୁ। ହେଲେ ତୃଣମୂଳ ପକ୍ଷରୁ ବିଜେପିକୁ ପ୍ରଚାର କରିବାରେ ବାଧା ଦିଆଯାଉଛି। ସାଧାରଣ ଜନତା ଏହାର ଉପଯୁକ୍ତ ଜବାବ ଦେବେ।

ଆଜିର ଆକ୍ରମଣକୁ ବିଜେପିର ବରିଷ୍ଠ ନେତାମାନେ ତୀବ୍ର ନିନ୍ଦା କରିଛନ୍ତି। ମମତାଙ୍କ ଏଭଳି ଘୃଣ୍ୟ କାର୍ଯ୍ୟ ପାଇଁ ଲଜ୍ଜାବୋଧ ହେବା କଥା ବୋଲି ବିଜେପି ନେତାମାନେ କହିଛନ୍ତି। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ହିଂସାତ୍ମକ ପଥ ଅନୁସରଣ କରି ଭୋଟରଙ୍କ ହୃଦୟକୁ ଜୟ କରି ହୁଏନା। ନନ୍ଦିଗ୍ରାମ ନିର୍ବାଚନ ଫଳାଫଳରୁ ମମତା ଏହି ଶିକ୍ଷା ପାଇଛନ୍ତି। ଭବାନୀପୁର ବିଧାୟକଙ୍କୁ ଜୋର ଜବରଦସ୍ତ ତାଙ୍କ ପଦବୀରୁ ଇସ୍ତଫା ଦିଆଇ ଲୋକଙ୍କ ମନ ଜୟ କରିପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe