ଭୀମ୍‌ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ହାଜତକୁ ନେଲା ପୁଲିସ

Advertisment
ଭୀମ୍‌ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ହାଜତକୁ ନେଲା ପୁଲିସ

Image Source: India Today

ନୂଆଦିଲ୍ଲୀ: ଶନିବାର ପ୍ରତ୍ୟୁଷରେ ଜାମା ମସ୍‌ଜିଦ୍‌ ବାହାରୁ ଭୀମ୍‌ ଆର୍ମିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ପୁଲିସ ହାଜତକୁ ନେଇଛି।

ନାଗରିକତା (ସଂଶୋଧନ) ଆଇନ ବିରୋଧରେ ପ୍ରତିବାଦ କରୁଥିବାବେଳେ ସେ ପୁଲିସ ହାବୁଡ଼ରୁ ଖସି ଆସି ମସ୍‌ଜିଦ୍‌ ଭିତରେ ଥିଲେ।

ଆଜାଦ କହିଛନ୍ତି: ଆଇନ ପ୍ରତ୍ୟାହାର କରାଇବା ନିମନ୍ତେ ଆମକୁ ଆତ୍ମବଳି ଦେବାକୁ ପଡ଼ିବ। ଆମେ ହିଂସାକୁ ସମର୍ଥନ କରୁନା। ଶୁକ୍ରବାର ସକାଳୁ ଆମେ ମସ୍‌ଜିଦ୍‌ ଭିତରେ ବସିଛୁ। ଆମ ଲୋକେ ହିଂସାରେ ସମ୍ପୃକ୍ତ ନାହାନ୍ତି।

ଶୁକ୍ରବାର ଦିନ ଆଜାଦ ଦରିୟାଗଞ୍ଜ ଅଞ୍ଚଳରେ ପ୍ରତିବାଦ କରୁଥିବା ବେଳେ ଦିଲ୍ଲୀ ପୁଲିସ କବଳରୁ ଖସିଯାଇ ଜାମା ମସ୍‌ଜିଦ୍‌କୁ ଚାଲିଯାଇଥିଲେ।

publive-image Image Source: Hindustan Times

ଶୁକ୍ରବାର ସନ୍ଧ୍ୟାରେ ଦରିୟାଗଞ୍ଜ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବା ବେଳେ ସଂଘର୍ଷ ଘଟିବାରୁ ତିନି ଜଣ ନାବାଳକ ସମେତ ୪୦ ଜଣରୁ ଅଧିକ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଦରିୟାଗଞ୍ଜ ଥାନାରେ ଦଙ୍ଗା ଏବଂ ପୋଡ଼ାଜଳା ମାମଲା ରୁଜୁ କରାଯାଇଛି।

ସଂଘର୍ଷରତ ଆନ୍ଦୋଳନକାରୀଙ୍କୁ ଛତ୍ରଭଙ୍ଗ କରାଇବାକୁ ପୁଲିସ ଲାଠି ଚାର୍ଜ କରିବା ସହ ପାଣି ମାଡ଼ କରିଥିଲା। ଫଳରେ ବିକ୍ଷୋଭକାରୀମାନେ ଟେକାପଥର ଫିଙ୍ଗିବା ସହ ପୋଡ଼ାଜଳା ଆରମ୍ଭ କରିଥିଲେ।

ଟେକାପଥର ଫିଙ୍ଗା ଓ ପୁଲିସର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅନ୍ୟୂନ ୪୬ ଜଣ ଲୋକ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe