ମହାରାଷ୍ଟ୍ରର ଭିଓ୍ବାଣ୍ଡିରେ କୋଠା ଭୁଶୁଡ଼ିବା ଘଟଣା: ମୃତକଙ୍କ ସଂଖ୍ୟା ୧୦କୁ ବୃଦ୍ଧି

ମହାରାଷ୍ଟ୍ରର ଭିଓ୍ବାଣ୍ଡିରେ କୋଠା ଭୁଶୁଡ଼ିବା ଘଟଣା: ମୃତକଙ୍କ ସଂଖ୍ୟା ୨୦କୁ ବୃଦ୍ଧି

The Indian Express

ମୁମ୍ବାଇ: ଆଜି ଭୋର ୩ଟା ୪୫ମିନିଟରେ ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଭିୱାଣ୍ଡିରେ ଏକ ତିନି ମହଲା କୋଠା ଭୁଶୁଡି ପଡିଥିଲା। ପ୍ରଥମେ ୮ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ଆଉ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯାହାଦ୍ବାରା ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି।  ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଭଙ୍ଗା କୋଠାର ଭଗ୍ନସ୍ତୁପ ତଳୁ ୧୦ଜଣଙ୍କ ମୃତଦେହ ଉଦ୍ଧାରକାରୀ ଦଳ ବାହାର କରିଛନ୍ତି । ସେପରି ଭଗ୍ନସ୍ତୁପ ତଳୁ ୨୦ ଜଣ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ଏବେ ବି ଅନେକ ଲୋକ ଭଗ୍ନସ୍ତୁପ ତଳେ ଫସି ରହିଥିବା ଜଣା ପଡ଼ିଛି।

ଘଟଣା ବିଷୟରେ ଜାଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ଟୁଇଟ କରି, ମହାରାଷ୍ଟ୍ରର ଭିୱାଣ୍ଡିରେ କୋଠା ଭୁଶୁଡ଼ିବା ଘଟଣା ବିଷୟରେ ଜାଣି ମୁଁ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି | ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe