ପ୍ରେମିକ ଓ ତାଙ୍କ ଭାଇଙ୍କ ଉପରେ ହତ୍ୟା ଆରୋପ ଲଗାଇଲେ ଆକାଂକ୍ଷାଙ୍କ ମା’

Advertisment
ପ୍ରେମିକ ଓ ତାଙ୍କ ଭାଇଙ୍କ ଉପରେ ହତ୍ୟା ଆରୋପ ଲଗାଇଲେ ଆକାଂକ୍ଷାଙ୍କ ମା’

ମୁମ୍ବାଇ: ଚର୍ଚ୍ଚିତ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ବାରାଣସୀର ଏକ ହୋଟେଲରେ ଫାଶୀ ଲଗାଇ ଜୀବନ ହାରିଥିଲେ। ରବିବାର ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ପ୍ରଥମେ ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲା। ହେଲେ ଏବେ ଆକାଂକ୍ଷାଙ୍କ ମା’ ବାରାଣସୀରେ ପହଞ୍ଚିବା ପରେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା କହିଛନ୍ତି। ଆକାଂକ୍ଷାଙ୍କ ମା’ ମଧୁ ଦୁବେ ଭୋଜପୁରୀ ଗାୟକ ତଥା ଅଭିନେତ୍ରୀଙ୍କ ପ୍ରେମିକ ସମର ସିଂ ଏବଂ ତାଙ୍କ ଭାଇ ସଞ୍ଜୟ ସିଂଙ୍କ ଉପରେ ହତ୍ୟା ଆରୋପ ଲଗାଇଛନ୍ତି।

ମୃତ ଆକାଂକ୍ଷା ଦୁବେଙ୍କ ମା’ ମଧୁ ଦୁବେଙ୍କ କହିବାନୁସାରେ, ସମର ସିଂ ଏବଂ ସଞ୍ଜୟ ସିଂ, ଆକାଂକ୍ଷାଙ୍କ ଦ୍ବାରା  କୋଟି କୋଟି ଟଙ୍କାର କାମ କରାଇବା ପରେ ଟଙ୍କା ଦେଉନଥିଲେ। ତିନି ବର୍ଷ ବିତିଥିଲେ ବି ଆକାଂକ୍ଷାଙ୍କୁ ଦୁଇ ଭାଇ ଟଙ୍କା ଦେଇନଥିଲେ। ଟଙ୍କା ମାଗିବା ପରେ ମାର୍ଚ୍ଚ ୨୧ରେ ସଞ୍ଜୟ ସିଂ ଆକାଂକ୍ଷାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ, ଯାହା ବିଷୟରେ ଆକାଂକ୍ଷା ନିଜେ ମୋତେ ଫୋନ କରି ଜଣାଇଥିଲେ।

ତେବେ ମାର୍ଚ୍ଚ ୨୬ ସକାଳେ ଭୋଜପୁରୀ ସୁପରଷ୍ଟାର ପବନ ସିଂହଙ୍କ ସହିତ ଆକାଂକ୍ଷାଙ୍କ ନୂତନ ଗୀତ ରିଲିଜ ହୋଇଥିଲା ବେଳେ ସେ ଅପରାହ୍ନରେ ଜୀବନ ହାରିବା ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଆକାଂକ୍ଷାଙ୍କ ମୃତ୍ୟୁ ଖବର ଆସିବା ପରେ ତାଙ୍କ ଗୀତ ୟୁଟ୍ୟୁବରେ ଟ୍ରେଣ୍ଡ କରିଥିଲା। ତେବେ ଆକାଂକ୍ଷାଙ୍କ ମା’ଙ୍କ ଅଭିଯୋଗ ପରେ ପ୍ରକୃତରେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ତଦନ୍ତ ଚଳାଇଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe