ଭୋପାଳ ଗ୍ୟାସ୍ ଦୁର୍ଘଟଣା ପୀଡ଼ିତଙ୍କୁ ଅଧିକ କ୍ଷତିପୂରଣ ମାମଲା: କେନ୍ଦ୍ରର ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

Advertisment
ବର୍ଷବର୍ଷ ଧରି ମାମଲା ଗଡ଼ୁଛି: କୋର୍ଟଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

google.com

ନୂଆଦିଲ୍ଲୀ: ୧୯୮୪ ଭୋପାଳ ଗ୍ୟାସ୍ ଦୁର୍ଘଟଣାର ପୀଡ଼ିତମାନଙ୍କୁ ୟୁନିୟନ କାର୍ବାଇଡ୍ କର୍ପୋରେସନ (ୟୁସିସି) ଅତିରିକ୍ତ କ୍ଷତିପୂରଣ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପିଟିସନକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ୧୯୮୪ ମସିହାରେ ଆମେରିକୀୟ କମ୍ପାନି ୟୁନିୟନ କାର୍ବାଇଡ୍‌ (ବର୍ତ୍ତମାନ ଡାଓ କେମିକାଲ୍‌ସ ଏହାର ମାଲିକ)ର ଭୋପାଳସ୍ଥିତ କାରଖାନାର ବିଷାକ୍ତ ମିଥାଇଲ ଆଇସୋସିଆନେଟ୍ ଗ୍ୟାସ୍ ଲିକ୍ ହେବାରୁ ୩୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିବା ସହ ହଜାର ହଜାର ଲୋକ ରୁଗ୍‌ଣ ହୋଇଯାଇଥିଲେ। କମ୍ପାନି ୧୯୮୯ ମସିହାରେ ୪୭୦ ନିୟୁତ ଡଲାରରୁ ଅଧିକ କ୍ଷତିପୂରଣ ଦେଇଥିଲା। କିନ୍ତୁ କେନ୍ଦ୍ର ସରକାର ଆହୁରି ୭,୮୪୪ କୋଟି ଟଙ୍କାର କ୍ଷତିପୂରଣ ଦାବି କରି ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିବା ବେଳେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି।

ଜଷ୍ଟିସ୍ ଏସ୍‌କେ କୌଲଙ୍କ ନେତୃତ୍ବାଧୀନ ୫ ଜଣିଆ ବେଞ୍ଚ କହିଲେ ଯେ, କୌଣସି ଜାଲିଆତି ହୋଇଥିଲେ ପୂର୍ବର କ୍ଷତିପୂରଣ ପାଇଁ ହୋଇଥିବା ନିଷ୍ପତ୍ତିକୁ ବାତିଲ କରି ନୂଆ ନିଷ୍ପତ୍ତି ପାଇଁ କଥାବାର୍ତ୍ତା କରାଯାଇପାରିଥାନ୍ତା। କିନ୍ତୁ ଜାଲିଆତି ହୋଇଥିବାର ପ୍ରମାଣ ସରକାର ଦେଇନାହାନ୍ତି। ଏବେ ଏତେ ବର୍ଷ ପରେ ଅତିରିକ୍ତ କ୍ଷତିପୂରଣ ପାଇଁ ସରକାର ଆବେଦନ କରିବାର କୌଣସି ନ୍ୟାୟିକ ଭିତ୍ତି ନାହିଁ। ପୂର୍ବରୁ ସରକାର ଘଟଣାର ସମାଧାନ କରିବାରେ ଗୁରୁତର ଅବହେଳା କରିଛନ୍ତି। ଏବେ ବି ରିଜର୍ଭ ବ୍ୟାଙ୍କ ପାଖରେ ୫୦ କୋଟି ଟଙ୍କା ପଡ଼ିରହିଛି। ତେଣୁ ଯେଉଁମାନେ ଆଜିଯାଏ ଉପଯୁକ୍ତ କ୍ଷତିପୂରଣ ପାଇନାହାନ୍ତି ବା କମ୍ ପାଇଛନ୍ତି, ସେମାନଙ୍କୁ ସେତିକି ଟଙ୍କା ଭିତରୁ ଯାହାକୁ ଯାହା ଦେବାକଥା ଦେଇ ସରକାର ସନ୍ତୁଷ୍ଟ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe