ଭୋପାଳ ଗ୍ୟାସ୍‌ ପୀଡ଼ିତାଙ୍କ ବିପନ୍ନତା ପଦାରେ ପଡ଼ିଲା

ଖସିଗଲା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ, ୨୦ ଦିନ ହେଲା ପୁୁଲିସର ହାତ ଖାଲି

Jasarat News

ଭୋପାଳ(ମଧ୍ୟପ୍ରଦେଶ) : କୋଭିଡ୍‌ରେ ଆକ୍ରାନ୍ତ ଜଣେ ଭୋପାଳ ଗ୍ୟାସ ପୀଡ଼ିତା ଗତମାସରେ ଭୋପାଳର ଏକ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲା ବେଳେ ଜଣେ ଓ୍ୱାର୍ଡବୟ ଦ୍ବାରା ଦୁଷ୍କର୍ମର ଶିକାର ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଭୋପାଳ ଗ୍ୟାସ ପୀଡ଼ିତମାନେ ସ୍ବାସ୍ଥ୍ୟକ୍ଷେତ୍ରରେ କେତେ ଅସୁରକ୍ଷିତ ତାହା ଚର୍ଚ୍ଚାର ବିଷୟ ହୋଇଛି। ସେମାନଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖିଥିବା ଏକ ସଂସ୍ଥା ଭୋପାଳ ମେମୋରିଆଲ୍‌ ହସ୍ପିଟାଲ୍‌ ରିସର୍ଚ୍ଚ ସେଣ୍ଟର ସ୍ଥିତ କୋଭିଡ୍‌ ଵାର୍ଡର ଏଭଳି ଦୟନୀୟ ସ୍ଥିତି ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲେଖିବା ପରେ ଘଟଣା ଲୋକଲୋଚନକୁ ଆସିଛି।

ସୂଚନାନୁଯାୟୀ, ୪୩ ବର୍ଷୀୟା ଏହି ଭୋପାଳ ଗ୍ୟାସ୍‌ ପୀଡ଼ିତା ଜଣକ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଗତ ମାସ ୪ ତାରିଖରେ ଉକ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ପ୍ରତି ଦୁଷ୍କର୍ମ ହେବା ସମ୍ପର୍କରେ ସେ ଜଣେ ଡାକ୍ତରଙ୍କୁ ଅବଗତ କରାଇବା ସହ ଅଭିଯୁକ୍ତ ଵାର୍ଡବୟକୁ ମଧ୍ୟ ଚିହ୍ନଟ କରିଥିଲେ। ପୁଲିସ ସେଦିନ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ତା’ ପରଦିନ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା। ତେବେ ଘଟଣାର ମାସକ ପରେ ମଧ୍ୟ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ କୁହାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe