ଭୋପାଳରେ ବର୍ବରତା! ‌ସ୍କ୍ରୁଡ୍ରାଇଭରରେ ୧୦୦ଥର ଭୁସି ୨ଦିନର ନବଜାତକୁ ହତ୍ୟା

Advertisment
ଭୋପାଳରେ ବର୍ବରତା! ‌ସ୍କ୍ରୁଡ୍ରାଇଭରରେ ୧୦୦ଥର ଭୁସି ୨ଦିନର ନବଜାତକୁ ହତ୍ୟା

ଭୋପାଳ: ସାରା ଦେଶ କରୋନା ଭଳି ମହାମାରୀ ସହ ଲଢ଼ୁଥିବା ‌ବେଳେ ଦେଶରେ ଅପରାଧ କମ ହେବାର ନାଁ ନେଉ ନାହିଁ। ଉତ୍ତରପ୍ରଦେଶରେ ଜଣେ ପୀଡ଼ିତାଙ୍କୁ ୪ରୁ ୫ ଜଣ ଯୁବକ ଦୁଷ୍କର୍ମ କରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେବା ଘଟଣା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ମଧ୍ୟପ୍ରଦେଶର ଭୋପାଳରୁ ଆଉ ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି। ମାତ୍ର ୨ଦିନର ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇ ମନ୍ଦିର ପାଖରେ ଲୁଚାଇଦିଆଯାଇଥିବା ଜଣା ପଡ଼ିଛି। ନବଜାତକୁ ‌୧୦୦ଥର ସ୍କ୍ରୁଡ୍ରାଇଭରରେ ଭୁସି ହତ୍ୟା କରାଯାଇଥିବା କହିଛି ପୁଲିସ। ତେବେ ମୃତ ନବଜାତର ପରିଚୟ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ।

Postergully Baby Baby Feet Bed A4 Size Mini Poster: Amazon.in: Home & Kitchen Amazon.in

ଭୋପାଳରେ ଦୁଇ ସପ୍ତାହ ମଧ୍ୟ‌ରେ ଏହା ତୃତୀୟ ନବଜାତର ମୃତ୍ୟୁ ବୋଲି ଜଣା ପଡ଼ିଛି। ଅଯୋଧ୍ୟା ନଗର ଷ୍ଟେସନ ହାଉସ ଅଫିସର ରେଣୁ ମୁରାବଙ୍କ କହିବା ମୁତାବକ, ସେପ୍ଟେମ୍ବର ୨୪ରେ ମନ୍ଦିର ପାଖରୁ ନବଜାତର ମୃତଦେହ ଦେଖିଥିଲେ ସ୍ଥାନୀୟ ଲୋକେ। ସକାଳ ୭ଟାରେ ଆମକୁ ଖବର ମିଳିବା ପରେ ଆମେ ସେଠାରେ ପହଞ୍ଚିଥିଲୁ। ପ୍ରଥମେ ଜଙ୍ଗଲୀ ପଶୁର ଆକ୍ରମଣରେ ନବଜାତର ଶରୀର ଏଭଳି କ୍ଷତବିକ୍ଷତ ହୋଇଥିବା ଆମେ ଭାବିଥିଲୁ। କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟରୁ ସ୍କ୍ରୁଡ୍ରାଇଭରରେ କେହି ଜଣେ ପ୍ରାୟ ୧୦୦ଥର ଭୁସି ଶିଶୁଟିକୁ ହତ୍ୟା କରିଥିବା ସାମ୍ନାକୁ ଆସିଛି। ଅଭିଯୁକ୍ତକୁ ଗିରଫ କରିବା ପାଇଁ ଆମେ ସେହି ଅଞ୍ଚଳର ସିସିଟିଭି ଫୁଟେଜର ଯାଞ୍ଚ କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe