ଫୁଲରେ ଅଭିଷେକ ପରେ ଟ୍ରୋଲ ହେଲେ ବିଜେପି ସାଂସଦ

ବିଜେପି ସାଂସଦ ଦର୍ଶନ ସିଂହ ଚୌଧୁରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ସାଂସଦଙ୍କ ଉପରେ ଫୁଲ ବର୍ଷା କରାଯାଉଥିବାର ଦେଖିବାକୁ ମିଳୁଛି। ଟ୍ରୋଲିଂ ବୃଦ୍ଧି ପାଇବାରୁ ସାଂସଦ ଏହାକୁ ସୋସିଆଲ ମିଡିଆରୁ ହଟାଇ ଦେଇଥିଲେ।

New Project (45)

ଭୋପାଳ: ମା’ ଦୁର୍ଗାଙ୍କ ଆଗମନକୁ ନେଇ ଚାରିଆଡେ ଉତ୍ସାହ ଭରି ରହିଛି। ଏଭଳି ସମୟରେ ନର୍ମଦାପୁରମରୁ ସା୍ମ୍ନାକୁ ଆସିଥିବା ବିଜେପି ସାଂସଦଙ୍କ ଏକ ଭିଡିଓକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । 

ବିଜେପି ସାଂସଦ ଦର୍ଶନ ସିଂହ ଚୌଧୁରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ସାଂସଦଙ୍କ ଉପରେ ଫୁଲ ବର୍ଷା କରାଯାଉଥିବାର ଦେଖିବାକୁ ମିଳୁଛି। ଏହି କାର୍ଯ୍ୟକ୍ରମକୁ ସାଂସଦଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲାଇଭଷ୍ଟ୍ରିମିଂ କରାଯାଇଥିଲା। କିନ୍ତୁ, ଟ୍ରୋଲିଂ ବୃଦ୍ଧି ପାଇବାରୁ, ସାଂସଦ ଏହାକୁ ସୋସିଆଲ ମିଡିଆରୁ ହଟାଇ ଦେଇଥିଲେ।
 

କଂଗ୍ରେସ ଦଳ ଉକ୍ତ ଭିଡିଓଟିକୁ କଟାକ୍ଷ କରି କହିଛି, "ଯେତେବେଳେ ସମଗ୍ର ଦେଶ ଦେବୀ ଦୁର୍ଗାଙ୍କୁ ପୂଜା କରୁଛି, ସେତେବେଳେ ବିଜେପି ନେତାମାନେ ନିଜକୁ ଦେବତା ବୋଲି ଭାବୁଛନ୍ତି।’

ଭିଡିଓଟି ନର୍ମଦାପୁରମ ଲୋକସଭା ନିର୍ବାଚନମଣ୍ଡଳୀର ଏକ କାର୍ଯ୍ୟକ୍ରମର ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ବିଜେପି ସମର୍ଥକମାନେ ସାଂସଦ ଚୌଧୁରୀଙ୍କୁ ସ୍ୱାଗତ କରିବା ପାଇଁ ତାଙ୍କ ଉପରେ ଫୁଲ ବର୍ଷା କରିଥିଲେ। ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଟିକେଟରେ ବିପୁଳ ଭୋଟରେ ବିଜୟୀ ହୋଇଥିବା ଦର୍ଶନ ସିଂହ ଚୌଧୁରୀ ଜଣେ କୃଷକ ନେତା ଭାବରେ ବେଶ ଜଣାଶୁଣା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe