ତୋଗାଡିଆଙ୍କ ପାଇଁ ବିଏଚ୍‌ପି ଦୁଇଫାଳ!

Advertisment
ତୋଗାଡିଆଙ୍କ ପାଇଁ ବିଏଚ୍‌ପି ଦୁଇଫାଳ!

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ(ବିଏଚ୍‌ପି) ଅଧ୍ୟକ୍ଷ ପ୍ରବୀଣ ତୋଗାଡିଆ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପରେ ଏହାକୁ ନେଇ ସଂଗଠନ ଦୁଇ ଭାଗ ହୋଇଯାଇଥିବା ସୂଚନା ମିଳିଛି। ତୋଗାଡିଆଙ୍କ କିଛି ସମର୍ଥକ ତାଙ୍କ କଥାକୁ ସମର୍ଥନ ଜଣାଉଥିବା ବେଳେ ଆଉ କିଛି ଏହା ତୋଗାଡିଆଙ୍କ ଡ୍ରାମା ବୋଲି ମତବ୍ୟକ୍ତ କରୁଛନ୍ତି। ଆହ୍ଲାବାଦର ଚଳିତ ମାଘ ମେଳାରେ ସନ୍ଥ ସମ୍ମିଳନୀରେ ବରିଷ୍ଠ ବିଏଚ୍‌ପି ନେତା ତଥା ସଂଗଠନର ମାର୍ଗଦର୍ଶକ ମଣ୍ଡଳୀ ସଭ୍ୟ ସ୍ୱାମୀ ଚିନ୍ମୟାନନ୍ଦ ତୋଗାଡିଆଙ୍କ ପ୍ରସଙ୍ଗରେ ଆଲୋଚନା କରି ସମୟ ନଷ୍ଟ କରିବାକୁ ଚାହୁଁନଥିବା କହିଛନ୍ତି। ସେପଟେ ଅନ୍ୟତମ ବିଏଚ୍‌ପି ନେତା ଅଶୋକ ତିଓ୍ଵାରୀ ମଧ୍ୟ ତୋଗାଡିଆଙ୍କ ସପକ୍ଷରେ କହିବାକୁ ମନା କରିଦେଇଛନ୍ତି। ସେପଟେ ଗୁଜରାଟର ସମସ୍ତ ରାଜ୍ୟସ୍ଥରୀୟ ବିଏଚ୍‌ପି ନେତା ତୋଗାଡିଆଙ୍କ ସହ ସବୁବେଳେ ଛିଡା ରହିଥିବା ଯୁକ୍ତି ବାଢିଛନ୍ତି। ଉଲ୍ଲେଖଯୋଗ୍ୟଯେ,ଏଭଳି ବିବାଦ ପରେ ଆସନ୍ତା ମାର୍ଚ୍ଚରେ ହେବାକୁ ଥିବା ବିଏଚ୍‌ପି ନେତୃତ୍ୱ ମଣ୍ଡଳୀ ନିର୍ବାଚନରେ ତୋଗାଡିଆଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବା ନେଇ ଯୋଜନା ଚାଲିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe