ବିଏଚ୍‌ୟୁରେ ପୁଣି ଜଣେ ଛାତ୍ରୀଙ୍କୁ ଅସଦାଚରଣ 

ବିଏଚ୍‌ୟୁରେ ପୁଣି ଜଣେ ଛାତ୍ରୀଙ୍କୁ ଅସଦାଚରଣ 

ବାରାଣାସୀ : ଗତ ସେପ୍ଟେମ୍ବର ୨୧ ତାରିଖରେ ବନାରସ ହିନ୍ଦୁ ୟୁନିଭର୍ସିଟିରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଶ୍ୱ ବିଦ୍ୟାଳୟ ପରିସରରେ ବିଦ୍ୟାର୍ଥୀମାନଙ୍କ ଆନ୍ଦୋଳନ ଅତି ଭୟାବହ ରୂପ ନେଇଥିଲା। ତେବେ ପୁଣିଥରେ ବିଏଚୟୁରେ ଅନ୍ୟ ଜଣେ ଛାତ୍ରୀଙ୍କୁ ଗତକାଲି ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟ ପରିସରରେ ୩ ଜଣ ଦୁର୍ବୃତ୍ତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ବିଶ୍ୱବିଦ୍ୟାଳୟ ନିକଟସ୍ଥ ବଜାରରୁ ହଷ୍ଟେଲ୍‌କୁ ଫେରୁଥିବା ବାଟରେ ୩ ଜଣ ଯୁବକ ବାଇକରେ ଆସି ତାଙ୍କ ମୁଣ୍ଡକୁ ମାରି ଅସଦାଚରଣ କରିଥିଲେ। ଏଥିନେଇ ବିଏଚୟୁର ମୁଖ୍ୟ ପ୍ରୋକ୍ଟର(ଶୃଙ୍ଖଳା ରକ୍ଷାକାରୀ ପଦସ୍ଥ କର୍ମଚାରୀ)  ରୋୟାନା ସିଂହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପ୍ରତ୍ୟେକ ବାଇକ୍‌ରେ ଯାଉଥିବା ୩ ଯୁବକଙ୍କୁ ଯାଞ୍ଚ୍‌ କରାଯାଉଛି।  ତେବେ ଛାତ୍ରୀ ଜଣକ ଏଯାବତ୍‌ ଲିଖିତ ଅଭିଯୋଗ ଦାଖଲ କରିନଥିବା ପ୍ରୋକ୍ଟର କହିଛନ୍ତି। କିନ୍ତୁ ଏହା ପୁଣିଥରେ ବିଶ୍ୱବିଦ୍ୟାଳୟର ସୁରକ୍ଷା ଦିଗ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ସେପ୍ଟେମ୍ବର ୨୧ ତାରିଖର ଘଟଣା ପାଇଁ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀମାନେ ଦୁଇ ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଛାତ୍ରୀମାନଙ୍କ ସୁରକ୍ଷା ଦାବି କରି ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନ ଅତି ଉଗ୍ର ରୂପ ନେଇଥିଲା ଏବଂ ପୁଲିସର ଲାଠି ଚାର୍ଜରେ ଅନେକ ବିଦ୍ୟାର୍ଥୀ ଆହତ ହୋଇଥିଲେ। ତେବେ ଏହି ଘଟଣା ପରଠୁ ବିଶ୍ୱ ବିଦ୍ୟାଳୟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରି ୫୨ଟି ସିସିଟିଭି କ୍ୟାମେରା ଲାଗିବା ସହ ଅନ୍ଧାର ସ୍ଥାନ ମାନଙ୍କରେ ୩୦ ହାଲୋଜେନ୍‌ ଲାଇଟ୍‌ ଲାଗିଛି। ଜଣେ ମହିଳା ସୁରକ୍ଷା କର୍ମୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥୀମାନେ ସୁରକ୍ଷିତ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe