କୋଭିଡ୍-୧୯ ମୁକାବିଲା ପାଇଁ ଅତ୍ୟାବଶ୍ୟକ ଡାକ୍ତରୀ ସାମଗ୍ରୀଗୁଡ଼ିକର ଅବାଧ ଯୋଗାଣ ନିମନ୍ତେ ପ୍ରତିଶ୍ରୁତି ଦେଲା ଭୁବନେଶ୍ବର ବିମାନ ବନ୍ଦର

Advertisment
କୋଭିଡ୍-୧୯ ମୁକାବିଲା ପାଇଁ ଅତ୍ୟାବଶ୍ୟକ ଡାକ୍ତରୀ ସାମଗ୍ରୀଗୁଡ଼ିକର ଅବାଧ ଯୋଗାଣ ନିମନ୍ତେ ପ୍ରତିଶ୍ରୁତି ଦେଲା ଭୁବନେଶ୍ବର ବିମାନ ବନ୍ଦର

Image Courtesy of PIB

ନୂଆଦିଲ୍ଲୀ: କୋଭିଡ୍‌-୧୯ ମୁକାବିଲାରେ ସହଯୋଗସ୍ବରୂପ ଅହର୍ନିଶ ଅତ୍ୟାବଶ୍ୟକ ଡାକ୍ତରୀ ସାମଗ୍ରୀଗୁଡ଼ିକର ଅବାଧ ଯୋଗାଣ ଚାଲୁ ରଖିବ ବୋଲି ଆଜି ଭୁବନେଶ୍ବର ବିମାନ ବନ୍ଦର ନିର୍ଭର ପ୍ରତିଶ୍ରୁତି ଦେଇଛି।

୨୦୨୧ ମେ ୯ ତାରିଖ ସୁଦ୍ଧା ସମୁଦାୟ ୬୬୯ ବାକ୍ସ କୋଭିଡ୍‌ ଟିକା ଭୁବନେଶ୍ବର ବିମାନ ବନ୍ଦର ଦେଇ ବିଭିନ୍ନ ଏୟାର୍‌ଲାଇନ୍‌ସ୍‌ ଜରିଆରେ ପରିବହନ କରାଯାଇଛି। ଦେଶର ଅକ୍ସିଜେନ୍ ଅଭାବ ଦୂର ଲାଗି ଏପ୍ରିଲ୍‌ ୨୩ରୁ ୧୧ ମେ ସୁଦ୍ଧା ସମୁଦାୟ ୧୫୬ଟି ଖାଲି ଅକ୍ସିଜେନ୍‌ ଟ୍ୟାଙ୍କର୍‌, ୫୨୬ ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର୍‌, ୧୪୦ଟି ଅକ୍ସିଜେନ୍‌ ସିଲିଣ୍ଡର୍‌ ‘ସି୧୭’, ସି୧୩୦ଜେ’, ‘ଏଏନ୍‌ ୩୨’ ଭଳି ୭୫ଟି ଭାରତୀୟ ବାୟୁସେନା ବିମାନରେ ପରିବହନ କରାଯାଇଛି। ବିଭିନ୍ନ ଏୟାର୍‌ଲାଇନ୍‌ସ୍ ଜରିଆରେ ୪୧ଟି ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର୍‌ ପଠାଯାଇଥିବା କଥା ଭୁବନେଶ୍ବର ବିମାନ ବନ୍ଦର ସୂଚନା ଦେଇଛି।

publive-image Image Courtesy of PIB

ସେହିଭଳି, ୩୫୦୦ଟି ୧୦ ଲିଟରବାଲା ସିମ୍‌ଲେସ୍‌ ସିଲିଣ୍ଡର୍‌ ଏବଂ ୧୫୨୦ଟି ୪୬.୭ ଏଲ୍‌ ସିମ୍‌ଲେସ୍‌ ସିଲିଣ୍ଡର୍‌ ସପ୍ତାହକ ମଧ୍ୟରେ ବିଦେଶରୁ ଭୁବନେଶ୍ବର ବିମାନ ବନ୍ଦରକୁ ଆସିବ ବୋଲି ଆଶା କରାଯାଉଛି।

ଏହା ବ୍ୟତିରେକେ, ଯାତ୍ରୀମାନଙ୍କର ନିରାପଦ ଯାତ୍ରା ନିମନ୍ତେ ଭୁବନେଶ୍ବର ବିମାନ ବନ୍ଦର କେନ୍ଦ୍ର ଓ ରାଜ୍ୟ ସରକାରଙ୍କଦ୍ବାରା ଜାରି କୋଭିଡ୍‌-୧୯ ମାର୍ଗଦର୍ଶିକା ମଧ୍ୟ ଅନୁସରଣ କରୁଛି। କୋଭିଡ୍‌ ନିୟମ ପାଳନ କରିବା ଲାଗି ସମସ୍ତ ଯାତ୍ରୀ, ପରିଦର୍ଶକ ଓ କର୍ମଚାରୀମାନଙ୍କୁ ବିମାନ ବନ୍ଦରର କର୍ମଚାରୀମାନେ ସଦାସର୍ବଦା ଅନୁରୋଧ କରିବା ସହ ଗହଳି ହ୍ରାସ କରିବା ଲାଗି ପୃଥକ୍ ପୃଥକ୍ ସମୟରେ ଆସିବାକୁ କହୁଛନ୍ତି। ଯାତ୍ରୀମାନଙ୍କ ନିରାପତ୍ତା ଏବଂ କୋଭିଡ୍ ନିୟମାବଳୀ ସଂକ୍ରାନ୍ତରେ ସଚେତନତା ଲାଗି ଟର୍ମିନାଲ୍‌ରେ କେତୋଟି ଇଲେକ୍ଟ୍ରୋନିକ୍ ଏବଂ ସ୍ଥାୟୀ ଡିସ୍‌ପ୍ଲେରେ ନିର୍ଦେଶାବଳୀ ପ୍ରଦର୍ଶନ କରାଯାଉଛି।

ଓଡ଼ିଶା ସରକାରଙ୍କ ସହଯୋଗରେ ଭୁବନେଶ୍ବର ବିମାନ ବନ୍ଦର ‘ଏଏଆଇ’ କର୍ମଚାରୀ ଏବଂ ଅନ୍ୟମାନଙ୍କ ପାଇଁ କୋଭିଡ୍ ଟିକାକରଣ କ୍ୟାମ୍ପ୍‌ ମଧ୍ୟ ଆୟୋଜନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe