ଲିଜ୍‌ରେ ଦିଆଯିବ ଭୁବନେଶ୍ବର ବିମାନବନ୍ଦର

Advertisment
ଲିଜ୍‌ରେ ଦିଆଯିବ ଭୁବନେଶ୍ବର ବିମାନବନ୍ଦର

representetionL IMMge - YouTube

ନୂଆଦିଲ୍ଲୀ: ଭୁବନେଶ୍ବର ବିମାନବନ୍ଦରକୁ ଲିଜ‌୍‌ରେ ଦିଆଯିବ। ନ୍ୟାସନାଲ ମନିଟାଇଜେସନ୍‌ ପାଇପ୍‌ଲାଇନ୍‌ (ଏମ୍‌ଏନ୍‌ପି) ଅନୁଯାୟୀ କେନ୍ଦ୍ର ସରକାର ଭୁବନେଶ୍ବର ବିମାନବନ୍ଦରକୁ ଲିଜ୍ ସୂତ୍ରରେ ପ୍ରଦାନ କରିବେ ବୋଲି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ନିଷ୍ପତ୍ତି ନେଇଛି।

ରାଜ୍ୟସଭାରେ ସାଂସଦ ସୋନାଲ ମାନସିଂହଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ.ସିଂହ। ଏମ୍‌ଏନ୍‌ପି ଅଧୀନରେ ଏଏଆଇ ଭୁବନେଶ୍ବର, ବାରଣାସୀ, ଅମୃତସର, ତ୍ରିଚି, ଇନ୍ଦୋର, କାଲିକଟ, କୋଏମ୍ବାଟୁର, ନାଗପୁର, ପାଟନା, ମଦୁରାଇ, ସୁରତ, ରାଞ୍ଚି, ଯୋଧପୁର, ଚେନ୍ନାଇ, ବିଜୟୱାଡା, ଭଦୋଦରା, ଭୋପାଳ, ତିରୁପତି, ହୁବୁଲି, ଇମ୍ପାଲ, ଉଦୟପୁର, ଡେରାଡୁନ ଓ ରାଜମହେନ୍ଦ୍ରୀ ଭଳି ୨୫ଟି ବିମାନ ବନ୍ଦରକୁ ୨୦୨୨ରୁ ୨୦୨୫ ମଧ୍ୟରେ ଲିଜ୍‌ରେ ପ୍ରଦାନ କରିବେ। ଏଥିରୁ ୧୦ ହଜାର ୭୮୨ କୋଟି ଟଙ୍କାର ଆୟ ହେବାର ସମ୍ଭାବନା ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe