ଭୁବନେଶ୍ବର: ଗୁରୁବାର ସୁନା ଓ ରୁପା ଦରରେ ହଠାତ୍ ବଡ଼ ଧରଣର ବୃଦ୍ଧି ହୋଇଛି। ଗୋଟିଏ ଦିନରେ ସୁନା ୧୧ ହଜାର ଟଙ୍କାରୁ ଅଧିକ ଓ ରୁପା ଦାମ୍ ୨୫ ହଜାର ଟଙ୍କା ବଢ଼ିଛି। ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୧,୭୭୦ ଟଙ୍କା ବୃଦ୍ଧି ପାଇ ୧,୭୮,୮୫୦ ଟଙ୍କା ହୋଇଯାଇଛି। ସେହି ସମୟରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୦,୮୦୦ ଟଙ୍କା ବୃଦ୍ଧି ପାଇ ୧,୬୩,୯୫୦ ଟଙ୍କା ହୋଇଛି। ନିକଟ ଅତୀତରେ ଗୋଟିଏ ଦିନରେ ସୁନା ଦରରେ ଏଭଳି ବୃଦ୍ଧି ଦେଖିବାକୁ ମିଳିନଥିଲା। ଆଜି ରୁପା କେଜି ୨୫ ହଜାର ଟଙ୍କା ବୃଦ୍ଧି ପାଇ ୪ ଲକ୍ଷ ୨୫ ହଜାର ଟଙ୍କା ହୋଇଯାଇଛି।
ଚାରି ଦିନରେ ରୁପା କେଜି ୬୦ ହଜାର ଟଙ୍କା ବଢ଼ିଛି
ଗତ ଚାରି ଦିନରେ ରୁପା କେଜି ୬୦ ହଜାର ଟଙ୍କା ବଢ଼ିଛି। ଚଳିତ ମାସ ୨୩ ତାରିଖ ପରଠାରୁ ରୁପା ଦର ଲଗାତାର ଭାବେ ବୃଦ୍ଧି ପାଉଛି। ଏହି ୭ ଦିନରେ ତାହା ୮୫ ହଜାର ଟଙ୍କା ମହଙ୍ଗା ହୋଇଛି। ଆମେରିକାର ଫେଡେରାଲ ରିଜର୍ଭର ସୁଧ ନିଷ୍ପତ୍ତି ଉପରେ ସମସ୍ତ ନଜର ରହିଥିବାରୁ ସୁନା ଓ ରୁପା ମୂଲ୍ୟରେ ଅସ୍ଥିରତା ଦେଖାଦେଇଛି। ଏହା ବ୍ୟତୀତ ବାଣିଜ୍ୟ କଟକଣା, ଭୂରାଜନୈତିକ ସଙ୍କଟ ଓ ଶକ୍ତିଶାଳୀ ଡଲାର ମଧ୍ୟ ଏହି ଦୁଇ ମୂଲ୍ୟବାନ ଧାତୁ ଦରବୃଦ୍ଧିର କାରଣ ହୋଇଛି। ଅନିଶ୍ଚିତତା ସମୟରେ ନିବେଶକମାନେ ସୁନା ଓ ରୁପା ଭଳି ସୁରକ୍ଷିତ ମାଧ୍ୟମରେ ନିବେଶ କରିବାକୁ ପସନ୍ଦ କରିଥାନ୍ତି। ସେମାନେ ନିବେଶ ବଢ଼ାଉଥିବାରୁ ଉଭୟ ସୁନା ଓ ରୁପାର ଚାହିଦା ବଢ଼ିବା ସହ ତାହାର ଦରବୃଦ୍ଧି ଘଟିଛି। ସମଗ୍ର ବିଶ୍ବରେ ଯୋଗାଣ ତୁଳନାରେ ଚାହିଦା ଅଧିକ ରହୁଛି। ଶିଳ୍ପ କାରଖାନାରେ ମଧ୍ୟ ରୁପାର ବ୍ୟବହାର ବଢ଼ିଛି। ବିଶେଷ କରି ଇଲେକ୍ଟ୍ରିକ ଯାନ, ସୋଲାର ଉପକରଣ, ଗାଡ଼ି ଶିଳ୍ପରେ ରୁପା ଉପଯୋଗ ବୃଦ୍ଧି ପାଇଛି।
ଆହୁରି ପଢ଼ନ୍ତୁ: ICC suspends USA batter: ବିଶ୍ବକପ୍ ପୂର୍ବରୁ ବାସନ୍ଦ ହେଲେ ଆମେରିକୀୟ କ୍ରିକେଟର୍ ଆରୋନ ଜୋନ୍ସ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/01/29/rate-2026-01-29-11-59-31.jpg)