କ୍ରମାଗତ ଭାବେ ଦ୍ୱିତୀୟ ଦିନ ଦେଶର ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର

Advertisment
ରାଜ୍ୟର ବିଭିନ୍ନ ସ୍ଥାନରେ କମିଲା ତାତି, ୪୩.୮°ସେଲ୍ସିୟସ ସହ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ବର: ଦ୍ବିତୀୟ ଦିନ ଲାଗି ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ସାମ୍ନାକୁ ଆସିଲା ରାଜଧାନୀ ଭୁବନେଶ୍ୱର । ଆଜି ଦିନବେଳା ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି, ଯାହା ଗତ ୧୦ ବର୍ଷରେ ତୃତୀୟ ସର୍ବାଧିକ ବୋଲି କୁହାଯାଉଛି । ତେବେ ଆସନ୍ତା ୫ ଦିନ ଯାଏଁ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରି ଅଧିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଓଡିଶା ସମେତ ଗୁଜୁରାଟ, ରାଜସ୍ଥାନ ଓ ମହାରାଷ୍ଟ୍ରରେ ବି ତାତି ବଢ଼ିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସମେତ ଟିଟିଲାଗଡ ଓ ସମ୍ବଲପୁରରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଛି । ୨୦୧୧ରୁ ଏଯାବତ୍  ଚତୁର୍ଥ ଥର ପାଇଁ ଫେବୃଆରି ମାସରେ ତାପମାତ୍ରା ୩୮ ଡିଗ୍ରି ସେଲସିଅସ୍ ଟପିଛି । ୨୦୧୬ ଫେବୃଆରି ୨୦ ତାରିଖରେ ସର୍ବାଧିକ ୪୦.୯ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe